ଭର୍ଚୁଆଲ ରାଲି ମାଧ୍ୟମରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ

ଆସନ୍ତାକାଲି ତିର୍ତ୍ତୋଲ ଓ ୨୯ ତାରିଖରେ ବାଲେଶ୍ବର ଆସନ ପାଇଁ ଭର୍ଚୁଆଲ ରାଲି

ଭୁବନେଶ୍ବର : ରାଜ୍ୟର ଦୁଇଟି ବିଧାନସଭା ଉପନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ରହିଛି। ତିର୍ତ୍ତୋଲ ଓ ବାଲେଶ୍ବର ସଦର ବିଧାନସଭା ଉପ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ନିର୍ବାଚନୀ ମଇଦାନରେ ଥିବା ତିନି ଦଳର ପ୍ରାର୍ଥୀଙ୍କ ପାଇଁ ନିଜ ନିଜ ଦଳର ନେତାମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ବାଲେଶ୍ବର ଓ ତିର୍ତ୍ତୋଲରେ ବହୁ ବରିଷ୍ଠ ନେତା, ରାଜନେତା, ଅଭିନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଉଥିବା ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଉପନିର୍ବାଚନ ପ୍ରଚାର ମଇଦାନକୁ ଭର୍ଚୁଆଲ ରାଲି ମାଧ୍ୟମରେ ଓହ୍ଲାଇବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭର୍ଚୁଆଲ୍‌ ରାଲି ମାଧ୍ୟମରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ନବୀନ । ଆସନ୍ତାକାଲି ତିର୍ତ୍ତୋଲ ଓ ୨୯ ତାରିଖରେ ବାଲେଶ୍ବର ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ରାଲି କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ବୋଲି ଜଣାପଡିଛି।

Comments are closed.