ଆମ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଯାତ୍ରା ପଥରେ ସହାୟକ ହେବ ବଜେଟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ଏକ ଲୋକାଭିମୁଖୀ ଓ ବିକାଶୋନ୍ମୁଖୀ ବଜେଟ। ଆମ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଯାତ୍ରା ପଥରେ ବଜେଟ ସହାୟକ ହେବ। ଗତ ବର୍ଷର ଅଧିକାଂଶ ସମୟ କୋଭିଡ୍‌ ଲକ୍‌ଡାଉନ୍‌ରେ ହରାଇଥିଲୁ। ସେଭଳି ସ୍ଥିତିରୁ ବର୍ତ୍ତମାନର ୧.୭୬ଲକ୍ଷ କୋଟି ବଜେଟ ଉପସ୍ଥାପନ ନିଶ୍ଚିତ ଭାବେ ଚମତ୍କାରୀ ବୋଲି କୁହାଯାଇପାରିବ। ବଜେଟ୍‌ରେ ସମ୍ପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.