ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ଏକ ଅସହାୟ ରୋଗୀର ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୫ ହଜାର ଟଙ୍କାର ସହାୟତା ରାଶି ମିଳିଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଏକ ଗାଁର ସୁରେନ୍ଦ୍ର ପଣ୍ଡା ନାମକ ବ୍ୟକ୍ତି ଏକ ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଯୋଗୁଁ ତାର ଚିକିତ୍ସା ପାଇଁ ଅର୍ଥ ଅଭାବ ଯୋଗୁଁ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ସହାୟତା ପାଇଁ ଆବେଦନ କରିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସୁରେନ୍ଦ୍ରର ପରବର୍ତ୍ତୀ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅର୍ଥ ରାଶି ପାଇବା ପରେ ସୁରେନ୍ଦ୍ର ଓ ତାଙ୍କ ପରିବାର ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ରହୁଥିବା ପ୍ରଦୀପ ରଥ କିଛିଦିନ ପୂର୍ବେ ଏକ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବିଶାଖାପାଟଣା ଠାରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ଅଭାବ ଯୋଗୁଁ ଚିକିତ୍ସାରେ ବାଧା ଉପୁଜିବା ପରେ ନବରଙ୍ଗପୁର ଜିଲ୍ଲାପାଳ ନିକଟରେ ସହାୟତା ପାଇଁ ଆବେଦନ କରିବା ପରେ ନବରଙ୍ଗପୁର ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

Comments are closed.