କ୍ରୀଡାବିତମାନଙ୍କ ପାଇଁ ଭତ୍ତା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କ୍ରୀଡାବିତମାନଙ୍କ ପାଇଁ ରାଜ୍ୟ ସରକାର ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି। କ୍ରୀଡା ହଷ୍ଟେଲରେ ରହୁଥିବା ଝିଅଙ୍କ ମାସିକ ଭତ୍ତା ୨୦୦ରୁ ୫୦୦କୁ ବୃଦ୍ଧି ହୋଇଛି। ସେହି ପରି କ୍ରୀଡା ହଷ୍ଟେଲରେ ରହୁଥିବା ପୁଅଙ୍କ ପାଇଁ ମାସିକ ଭତ୍ତା ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି।

ଜାତୀୟ କ୍ରୀଡ଼ା ଫେଡେରେସନ୍ ଦ୍ବାରା ସ୍ବୀକୃତିପ୍ରାପ୍ତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବାହାରକୁ ଗଲେ କ୍ରୀଡାବିତଙ୍କୁ ଦୈନିକ ୩୦୦ ଟଙ୍କା ଭତ୍ତା ମିଳିବ। ଜାତୀୟସ୍ତରର ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ବର୍ଷକ ପାଇଁ ମାସିକ ୧୦୦୦ ଟଙ୍କା ଭତ୍ତା ମିଳିବ। ସେହିପରି ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡାବିତ୍‌ମାନଙ୍କୁ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ଲେଖାଏଁ ଭତ୍ତା ରାଶି ଏକ ବର୍ଷ ପାଇଁ  ଦିଆଯିବ। ଜାତୀୟ ରେକର୍ଡ ଏକ ବର୍ଷ ମଧ୍ୟ ଭଙ୍ଗ ନହୁଏ, ତେବେ ସେହି କ୍ରୀଡାବିତଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ମାସିକ ୫୦୦୦ ଟଙ୍କା ଅତିରିକ୍ତ ଭତ୍ତା ଦିଆଯିବ। ଜାତୀୟ ଦଳରେ ଭାଗ ନେବାକୁ ଥିବା ମନୋନୀତ କ୍ରୀଡାବିତଙ୍କୁ ମାସିକ ୧୦୦୦ ଟଙ୍କା ପ୍ରଦାନ କରାଯିବ। କ୍ରୀଡା ହଷ୍ଟେଲରେ ରହିଥିବା ଛାତ୍ର ଓ ଛାତ୍ରୀମାନେ ସେମାନଙ୍କ ମାସିକ ଭତ୍ତା ସହିତ ଏହି ଅତିରିକ୍ତ ଭତ୍ତା ମଧ୍ୟ ପାଇପାରିବେ।

Comments are closed.