କେନ୍ଦ୍ର ସରକାର କାଳିଆ ଯୋଜନା ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଶନିବାର ଫୁଲବାଣୀର ତୁମୁଡ଼ିବନ୍ଧ ଠାରେ ନିର୍ବାଚନ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ବିଜେଡି ସରକାର ଆସିବାର ପ୍ରଥମ ଦିନରେ କାଳିଆ ଯୋଜନାରେ ୧୦ ହଜର ଟଙ୍କା ସିଧାସଳଖ ଚାଷୀଙ୍କ ଖାତାକୁ ଯିବ । ହେଲେ କେନ୍ଦ୍ର ସରକାର କାଳିଆ ଯୋଜନା ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । କିନ୍ତୁ ମୁଁ ଥିବା ଯାଏଁ କାଳିଆ ଯୋଜନା ବନ୍ଦ ହେବନାହିଁ । ଏହା ସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ୍‌ ଇଞ୍ଜିନ୍ । କେନ୍ଦ୍ର ସରକାର ରାଜ୍ୟକୁ କୌଣସି ସହଯୋଗ କରୁନାହିଁ କିନ୍ତୁ ଭୋଟ୍‌ ମାଗିବାକୁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସୁଛନ୍ତି । ତୁମୁଡ଼ିବନ୍ଧରେ ଉଦବୋଧନ ଦେବା ପରେ ମୁଖ୍ୟମନ୍ତ୍ରୀ ଧରାକୋଟ ଅଭିମୁଖେ ଯାଇ ରୋଡ୍ ଶୋ କରିଛନ୍ତି ।

Comments are closed.