ସହିଦ ଅଜିତଙ୍କ ପରିବାରକୁ ୨୫ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜାମ୍ମୁ-କାଶ୍ମୀର ପୁଲୱାମାରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ୍ ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ନିଜେ ଏହି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ପୁଲୱାମାରେ ଆତଙ୍କବାଦୀ ଆଇଇଡି ବିସ୍ଫୋରଣରେ ଓଡିଆ ଯବାନ ଅଜିତ୍ ସାହୁ ସହିଦ ହୋଇଥିଲେ । ତାଙ୍କ ପାର୍ଥିବ ଶରୀର ବୁଧବାର ଓଡିଶାରେ ପହଞ୍ଚିବ ବୋଲି ଜଣାପଡିଛି । ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଜନ୍ମଭୂମି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ବଡସୁଆଁଳ ଗ୍ରାମକୁ ନିଆଯିବ । ସେଠାରେ ତାଙ୍କ ଶେଷ ଦର୍ଶନ ପରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ଉପଜିଲ୍ଲାପାଳ  ବିଷ୍ଣୁପ୍ରସାଦ ଆଚର୍ଯେ୍ୟ ସହିଦ ଅଜିତଙ୍କ ଘରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ୨୦୧୫ରେ ଅଜିତ୍ ସାହୁ ଭାରତୀୟ ସେନାରେ ଯୋଗ ଦେଇଥିଲେ ।

Comments are closed.