୫୦୦ଟି ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିର୍ବାଚନମଣ୍ଡଳୀରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃହତ ପାନୀୟ ଜଳ ପ୍ରକଳ୍ପ ‘ବସୁଧା’ର ଲୋକାର୍ପଣ କରିଛନ୍ତି । ଏହା ଦ୍ୱାରା ଆଇଆଇଟି, ନାଇଜର, ଇଡକୋ, ଖୋର୍ଦ୍ଧା ଓ ଜଟଣୀ ପୌରାଞ୍ଚଳରେ ଜଳ ଯୋଗାଣ ହେବ । ଏହି ଅବସରରେ ୯୫ଟି ପୌରାଞ୍ଚଳରେ ଥିବା ୫୦୦ ଟି ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହା ଦ୍ୱାରା ପ୍ରାୟ ୩୩ ଲକ୍ଷ ଲୋକ ଉପକୃତ ହେବେ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପାନୀୟ ଜଳ ଯୋଗାଣକୁ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଉଛନ୍ତି । ୨୦୧୪ ରେ ଏଥିପାଇଁ ୧୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ୨୦୧୮ରେ ଏହା ୨୦ ଗୁଣା ବୃଦ୍ଧି ପାଇଛି । ପାନୀୟ ଜଳ ଯୋଗାଣ ପାଇଁ ମୋଟ ୩ ହଜାର ୫୯୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହା ଦ୍ୱାରା ୭୦ ଲକ୍ଷ ସହରାଞ୍ଚଳ ଲୋକ ଉପକୃତ ହେଉଛନ୍ତି । ଏହି ଉତ୍ସବରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ଡ. ପ୍ରସନ୍ନ ପାଟଶାଣୀ, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ , ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ।

Leave A Reply