ସ୍ବାସ୍ଥ୍ୟସେବା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ଫୁଲବାଣୀରେ ହେବ ମେଡ଼ିକାଲ କଲେଜ

ଭୁବନେଶ୍ବର : ମୋ ସରକାର ଟିମର ୨ୟ ଦଫା ଗସ୍ତ ପରେ ବୁଧବାର ସ୍ବାସ୍ଥ୍ୟସେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି ।  ଫୁଲବାଣୀରେ ୫୦୦  ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବ। ସେହିପରି  ୫ଟି ଜିଲା  ହସ୍ପିଟାଲ ସଂପର୍କରେ  ଘୋଷଣା କରାଯାଇଛି । ସେଗୁଡ଼ିକ ହେଲା ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଆଦି ଜିଲା ହସ୍ପିଟାଲ  ନେଇ ଘୋଷଣା କରାଯାଇଛି । ମୋ ସରକାର କାର୍ଯ୍ୟକ୍ରମ ଅନ୍ୟ ବିଭାଗକୁ ସମ୍ପ୍ରସାରଣ ହେବା ନେଇ ନବୀନ ପଟ୍ଟନାୟକ କହିଛନ୍ତି ।  ଡିସେମ୍ବର ୧ ସୁଦ୍ଧା ଆଉ ୫ଟି ବିଭାଗକୁ ଏହା ସମ୍ପ୍ରସାରଣ ହେବା ସହ ମାର୍ଚ୍ଚ ୫ ସୁଦ୍ଧା ମୋ ସରକାର ସବୁ ବିଭାଗକୁ ସମ୍ପ୍ରସାରଣ କରାଯିବ ବୋଲି  ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ପୂର୍ବରୁ ରାଜ୍ୟରେ ଥିବା ତିନୋଟି ମେଡିକାଲର ଶଯ୍ୟା ବୃଦ୍ଧି କରାଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ପ୍ରାଥମିକ ସ୍ତରରେ ମାଲକାନଗିରି, କୋରପୁଟ ଓ ନବରଙ୍ଗପୁର ପାଇଁ ଏହି ଘୋଷଣା କରାଯାଇଥିଲା ।  ମାଲକାନଗିରି ମେଡ଼ିକାଲ ଶଯ୍ୟା ୨ଶହକୁ ବୃଦ୍ଧି କରିବା ସହ ସେଠାରେ ଅସ୍ଥାୟୀ ରହଣି ଗୃହ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।  ସେହିପରି ମେଡିକାଲର କୋରାପୁଟ ଶଯ୍ୟା ସଂଖ୍ୟା ୭ଶହକୁ ବୃଦ୍ଧି କରାଯିବ ସହ ୫ଟି ଆମ୍ବୁଲାନ୍ସ  ଓ ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ବୋଲି କହିଥିଲେ । ନବରଙ୍ଗପୁର ମେଡ଼ିକାଲ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବା ସହ ମେଡ଼ିକାଲକୁ ୩ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି ଦିଆଯିବ। ୨୦୦ ଶଯ୍ୟା ବିଶିଷ୍ଟ ନୂଆ ହସ୍ପିଟାଲ କୋଠା ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

 

Comments are closed.