ଯଦି ନ୍ୟାୟ ପ୍ରତିଶୋଧ ପାଇଁ କରାଯାଏ ତେବେ ନ୍ୟାୟର ମୂଳ ପରିଚୟ ହଜିଯିବ: ପ୍ରଧାନ ବିଚାରପତି

ହାଇଦ୍ରାବାଦ ଏନକାଉଣ୍ଟର ଉପରେ ମତଦେଲେ ପ୍ରଧାନ ବିଚାରପତି

ରାଜସ୍ତାନ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ପୁଲିସ ଏନକାଉଣ୍ଟର କରାଯିବା ପରେ ପୁଲିସ ଉପରକୁ ଅନେକ ଅଙ୍ଗୁଳି ନିର୍ଦେଶ କରିଛନ୍ତି। ଦୋଷୀଙ୍କୁ ଏନକାଉଣ୍ଟର କରାଯିବାକୁ କେତେକ ଉଚିତ ବୋଲି କହୁଥିବା ବେଳେ ଅନ୍ୟ କେତେକ ଏହି ଘଟଣା ପରେ ପୁଲିସକୁ ପ୍ରଶ୍ନ କରୁଛନ୍ତି। ଆଜି ଏହି ଘଟଣା ଉପରେ ନିଜର ମତାମତ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ। ଯୋଧପୁରରେ ରାଜସ୍ତାନ ହାଇକୋର୍ଟର ନୂତନ ଗୃହ ଉଦଘାଟନ ସମାରୋହରେ ଯୋଗଦେଇ କହିଥିଲେ ‘ନ୍ୟାୟ କେବେ ତରବତିଆ ଭାବେ କରାଯାଇପାରିବ ନାହିଁ। ନ୍ୟାୟ କେବେ ବି ଆସିପାରେ।’ ଆହୁରି ମଧ୍ୟ କହିଥିଲେ ଯଦି ନ୍ୟାୟ ପ୍ରତିଶୋଧ ପାଇଁ ନିଆଯାଏ ତେବେ ତାହା କେବେ ନ୍ୟାୟ ନୁହେଁ। ପ୍ରତିଶୋଧ ଭାବନାରେ ନ୍ୟାୟ ପ୍ରଦାନ କଲେ ନ୍ୟାୟ ତାର ମୂଳ ପରିଚୟ ହରାଇବଦେବ। ଏଣୁ ନ୍ୟାୟ କେବେ ପ୍ରତିଶୋଧ ପାଇଁ ନିଆଯାଇପାରିବ ନାହିଁ।

ପ୍ରଧାନବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ କହିଥିଲେ ଏହି କିଛିଦିନ ମଧ୍ୟରେ ଦେଶରେ ଏମିତି କିଛି ଘଟଣା ଘଟିଛି ଯାହା ନିନ୍ଦନୀୟ। ଏଥିରେ କିଛି ସନ୍ଦେହ ନାହିଁ ଅପରାଧୀକ ନ୍ୟାୟ ପ୍ରଣାଳୀକୁ ଏହାର ସ୍ତିତି ଏବଂ ଦୃଷ୍ଟିକୋଣ ଉପରେ ପୁନଃବିଚାର କରିବାର ଆବଶ୍ୟକତା ରହିଛି।
ଏଠାରେ ସୂଚନାଯୋଗ୍ୟ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କ ସହ ଗଣବଳାତ୍କାର ଓ ହତ୍ୟା ମାମଲାରେ ପୋଲିସ ଅଧିକ ତଦନ୍ତ ଲାଗି ଚାରି ଅଭିଯୁକ୍ତଙ୍କୁ ଡାକ୍ତରାଣୀଙ୍କୁ ପୋଡ଼ି ମରାଯାଇଥିବା ଘଟଣାସ୍ଥଳକୁ ନେଇଥିବା ବେଳେ ସେଠାରେ ଅଭିଯୁକ୍ତମାନେ ପୋଲିସଠୁ ବନ୍ଧୁକ ଛଡ଼ାଇ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏପରିକି ଅଭିଯୁକ୍ତମାନେ ପୋଲିସ ଉପରକୁ ଟେକା ପଥର ମାଡ଼ କରିବା ସହିତ ଗୁଳି ଚଳାଇଥିଲେ। ଫଳରେ ପୋଲିସକୁ ଆତ୍ମ ରକ୍ଷା ପାଇଁ ଗୁଳି ଚଳାଇବାକୁ ପଡ଼ିଥିଲା। ଏଥିରେ ପୋଲିସର ଦୁଇ କର୍ମୀ ଆହତ ହୋଇଥିବା ଚାରି ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା।

Comments are closed.