ନେହେରୁ, ଇନ୍ଦିରାଙ୍କ ନାଁରେ ଭୋଟ ମିଳିବନି : ଚିଦମ୍ବରମ୍‍

0

ବେଙ୍ଗାଲୁରୁ : ସମୟ ବଦଳିଯାଇଛି; କଂଗ୍ରେସ ପୂର୍ବଭଳି ଅପ୍ରତିଦ୍ୱନ୍ଦ୍ୱୀ ନାହିଁ। ଦଳ ଆଉ ନେହେରୁ କିମ୍ବା ଇନ୍ଦିରାଙ୍କ ନାଁ ନେଇ ଭୋଟ୍‍ ହାସଲ କରିପାରିବ ନାହିଁ। ଦଳକୁ ତୃଣମୂଳସ୍ତରରେ କାମ କରିବାକୁ ପଡ଼ିବ। ବୁଥ୍‍ସ୍ତରରୁ ଦଳକୁ ମଜଭୁତ କରିବାକୁ ପଡ଼ିବ। ଆସନ୍ତା ସାଧାରଣ ନିର୍ବାଚନରେ ଦଳକୁ ବଡ଼ ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ; କର୍ମୀମାନେ ସେଥିପ୍ରତି ପ୍ରସ୍ତୁତ ରହିବା ଆବଶ୍ୟକ। ଏଭଳି ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‍। ଏଠାରେ କର୍ମୀଙ୍କୁ ସମ୍ବୋଧନ କରି ଚିଦମ୍ବରମ୍‍ କହିଛନ୍ତି ଯେ ସମୟ ଥିଲା; ଜବାହାରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ନାଁରେ ସାଧାରଣ ଭୋଟର ମତଦାନ କେନ୍ଦ୍ରକୁ ଆସି କଂଗ୍ରେସକୁ ବିଜୟୀ କରାଉଥିଲେ। ସେ ପରିସ୍ଥିତି ଏବେ ନାହିଁ। ଦଳର କର୍ମୀମାନେ ଏବେ ବିଜେପିର ‘କଂଗ୍ରେସ ମୁକ୍ତ ଭାରତ’ ପ୍ରଚାରରେ ଦବି ନଯାଇ ‘ବିଜେପି ମୁକ୍ତ ଭାରତ’ ପାଇଁ ଆହ୍ୱାନ ଦେଇଥିଲେ।

Leave A Reply