ଚିଦାମ୍ବରମଙ୍କ ହାଜତ ମିଆଦ ଅକ୍ଟୋବର ୧୭ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମଙ୍କ ହାଜତ ମୀଆଦକୁ ଦିଲ୍ଲୀର ଏକ କୋର୍ଟ ଚଳିତ ଅକ୍ଟୋବର ମାସ ୧୭ ତାରିଖ ଯାଏଁ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଅଜ୍ଞ କୁମାର କୁହାର ଏହି ମାମଲାର ଶୁଣାଣି ବେଳେ ସିବିଆଇ ପକ୍ଷରୁ ଚିଦମ୍ବରମଙ୍କୁ ରିମାଣ୍ଡରେ ନେବା ପାଇଁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସିବିଆଇ ତାଙ୍କୁ ନିଜ ନୂଆ ଦିଲ୍ଲୀସ୍ଥିତ ବାସଭବନରୁ ଅଗଷ୍ଟ ୨୧ରେ ଗିରଫ କରିଥିଲା।

ସିବିଆଇ ବିଦେଶୀ ପୁଞ୍ଜି ନିବେଶ ଆଇନ ଅଧୀନରେ ୨୦୧୭ ମେ ୧୫ରେ ତାଙ୍କ ବିରୁଦ୍ଧରେ ଏତଲା ରୁଜ୍ଜୁ କରିଥିଲା। ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ୨୦୦୭ରେ ବିଦେଶରୁ ୩୦୫ କୋଟି ଗ୍ରହଣ କରିବା ଭଳି ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି।

Comments
Loading...