ବିଜେପି ବିରୋଧୀମେଣ୍ଟ ସପକ୍ଷରେ ଚିଦମ୍ବରମ୍‍

0

କଲକାତା : ବିଜେପିକୁ ଆଗାମୀ ଲୋକସଭା ନିର୍ବାଚନରେ ପରାଜିତ କରିବା ନିମନ୍ତେ ବିରୋଧୀ ଦଳଗୁଡିକର ଏକ ଅପରାଜେୟ ମେଣ୍ଟ ଗଠନ କରାଯାଇପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‍ କହିଛନ୍ତି। ଏହି ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ସେ ସମ୍ପର୍କରେ ଚିଦମ୍ବରମ୍‍ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ଏକ ପ୍ରମୁଖ ଗଣମାଧ୍ୟମ ସହିତ ସାକ୍ଷାତକାର ବେଳେ ସେ କହିଛନ୍ତି, ବିଜେପିକୁ ହରାଇବା ନେଇ ସମସ୍ତ ରାଜନୈତିକ ଦଳ ମଧ୍ୟରେ ସହମତି ପ୍ରକାଶ ପାଇଛି, ଯାହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ବିହାର, ତାମିଲନାଡୁ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟଗୁଡିକ ସମଚିନ୍ତାଧାରା ପୋଷଣ କରନ୍ତି। ଏହି ସମଚିନ୍ତାଧାରା ହିଁ ବିରୋଧୀ ଦଳଗୁଡିକୁ ଏକତ୍ର କରିବ ଏବଂ ମେଣ୍ଟଣ୍ଟ ଗଠନରେ ସହାୟକ ହେବ ବୋଲି ସେ ଦର୍ଶାଇଛନ୍ତି। ଚିଦମ୍ବରମ୍‍ କହିଛନ୍ତି ସମ୍ପ୍ରତି ଦଳିତ ସମ୍ପ୍ରଦାୟ, ମହିଳା ଓ ମୁସଲମାନମାନେ ଦେଶରେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଦେଶ ବାସ୍ତବ ଲୋକତାନ୍ତ୍ରିକ ଅଧିକାର ତଥା ଲୋକତାନ୍ତ୍ରିକ ପଦଠାରୁ ଦୂରକୁ ଯାଉଛି, ଯାହାକି ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର। ନିଜର ଜୀବନଯାପନ କରିବା ନିମନ୍ତେ ବ୍ରିିଟିଶଙ୍କଠାରୁ ଆମେ ସ୍ୱାଧୀନତା ଲାଭ କଲେ; କିନ୍ତୁ ସମ୍ପ୍ରତି ଦେଶର ବହୁ ଲୋକ ଭୟ ମଧ୍ୟରେ କଳାତିପାତ କରୁଛନ୍ତି। ଏଭଳି ଭୟର ଅନ୍ତ କରିବାକୁ ହେବ। କର୍ଣ୍ଣାଟକରେ କଂଗ୍ରେସ ଯେଭଳି ରଣନୀତି ଆପଣାଇଲା କେନ୍ଦ୍ରରେ ମେଣ୍ଟଣ୍ଟ ପାଇଁ ମଧ୍ୟ ଦଳ ସମାନ ନୀତି ଅବଲମ୍ବନ କରିବ କି ବୋଲି ପ୍ରଶ୍ନ ହେବାରୁ ଚିଦାମ୍ବରମ୍‍ କହିଥିଲେ ଏ ବିଷୟରେ ଏବେଠାରୁ କିଛି ମନ୍ତବ୍ୟ ଦେବା ଉଚିତ ହେବ ନାହିଁ। ସେହିଭଳି ତେଲଙ୍ଗାନା ରାଷ୍ଟ୍ର ସମିତି ତଥା ତୃଣମୂଳ କଂଗ୍ରେସ ବିରୋଧୀ ମେଣ୍ଟର ନେତୃତ୍ୱ କଂଗ୍ରେସ ହାତରେ ଦେବାକୁ ଅନିଚ୍ଛୁକ ଥିବା ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଏଥିପାଇଁ ଆସନ୍ତା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ।

Leave A Reply