ଚିକେନ ଚଟ୍‍ପଟ୍‍

0

ଆବଶ୍ୟକ ସାମଗ୍ରୀ-
ଚିକେନ- ୫୦୦ ଗ୍ରାମ୍‍
ପିଆଜ୨ଟା
ଅଦା, ରସୁଣ,ଆବଶ୍ୟକ ପରିମାଣରେ
ତେଲ, ହଳଦୀ, ଲୁଣ,ନଡ଼ିଆ
ମସଲା ପ୍ରସ୍ତୁତ ନିମନ୍ତେ -ଲଙ୍କା , ଧନିଆ, ସାହି ଜିରା, ଲବଣ, ଗୁଜୁରାତି, ବଡ଼ ଅଳେଇଚକୁ ଗ୍ରାଇଣ୍ଡିଙ୍ଗ୍‍ କରନ୍ତୁ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିକେନକୁ ଧୋଇ ସେଥିରେ ଅଦା, ରସୁଣ ବଟାକୁ ଗୋଳାଇ ୧୫ ରୁ୨୦ ମିନିଟ୍‍ ରଖି ଦିଅନ୍ତୁ। ତା ପରେ ତେଲରେ ପିଆଜକୁ ଭାଜି ସେଥିରେ ହଳଦୀ ପକାଇ ଗୋଳା ହୋଇରଖା ଯାଇଥିବା ଚିକେନକୁ ପକାନ୍ତୁ । ଏହା ପରେ ଗୁଣ୍ଡ ହୋଇଥିବା ମସଲା ସହ କିଛି ବଟା ହୋଇଥିବା ନଡ଼ିଆକୁ ତା ସହ ପକାନ୍ତୁ। କିଛି ସମୟ କଷିବା ପରେ ଏଥିରେ ପାଣି ଦେଇ ୧୦ ମିନିଟ୍‍ ଘୋଡ଼ାଇ ଦିଅନ୍ତୁ। ଏହା ପରେ ପ୍ରସ୍ତୁତ ହୋଇଯିବ ଚଟ୍‍ପଟ୍‍ ଚିକେନ୍‍।
ଏହାକୁ ସଜାଇବାକୁ ପାଇଁ କିଛି କଟା ହୋଇଥିବା ଧନିଆ ପତ୍ର, ପିଆଜ ଓ ଗୋଲ୍‍ କରି କଟା ଲେମ୍ବୁ ଦ୍ୱାରା ଏହାକୁ ସଜାଇ ଗରମା ଗରମ ଖାଆନ୍ତୁ ଚଟ୍‍ପଟ୍‍ ଚିକେନ୍‍ ।

Leave A Reply