ନାଗେଶ୍ୱର ମହାଦେବଙ୍କ ୫ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ଗୁରୁଡିଝାଟିଆ :  ଛୋଟିଆମ୍ବ ଗ୍ରାମର ଆରାଧ୍ୟ ଦେବତା ନାଗେଶ୍ୱର ମହାଦେବ ଙ୍କ ୫ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ତଥା ଯଜ୍ଞ ଅନୁଷ୍ଠିତ ହୋଇଛି । ପବିତ୍ର ପରିଡା ଓ ଅଦୈତ୍ୟ ଖିଲାର କର୍ତ୍ତା ଭାବେ କାର୍ଯ୍ୟ ସଂପାଦନ କରିଥିଲେ। ମହାନଦୀର ବାରୁଣୀ ଘାଟରୁ ଯଜ୍ଞ ପାଇଁ କଳସରେ ଜଳ ଅଣାଯାଇଥିଲା। ଏହାପରେ କଳସଧାରୀମାନେ ଗ୍ରାମ ପରିକ୍ରମା କରି ନାଗେଶ୍ୱର ମନ୍ଦିର ଯଜ୍ଞସ୍ଥଳରେ ପହଞ୍ଚି କଳସ ସ୍ଥାପନା କରିଥିଲେ। ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଯଜ୍ଞରେ ଓରନ୍ଦା ରାଧାକୃଷ୍ଣ ଭକ୍ତି ମନ୍ଦିରର ମୁଖ୍ୟ ଅସୀତ ମହାରାଜ, ନବେଢା ଅଞ୍ଚଳର ଜନସାଧାରଣ ଓ ମୁରବୀମାନେ ଯୋଗଦେଇ ପ୍ରଭୂଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସ୍ଥାନୀୟ ସରପଞ୍ଚ ବୈଜୟନ୍ତୀ ଦଳାଇ, ଯୁବ ସଂଗଠକ ସନାତନ ଦଳାଇଙ୍କ ସହ ଗ୍ରାମର ମୁରବୀ, ମାଆ-ଭଉଣୀ ଓ ଯୁବକମାନେ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ କାର୍ଯ୍ୟକୁ ସଂପାଦନ କରିଥିଲେ।

Comments are closed.