ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରୁଛି ‘ଛିଛୋରେ’

0

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛିଛୋରେ’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରୁଛି। ୬ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୭.୩୨ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୧୨.୨୫ କୋଟି ଟଙ୍କାର ବ୍ୟବସାୟ କରିଛି। ଦୁଇ ଦିନରେ ‘ଛିଛୋରେ’ ମୋଟ୍‍ ୧୯.୫୭ କୋଟି ଟଙ୍କା ଆୟ କରିଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‍ କରି ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ୧୨୦୦ରୁ ୧୩୦୦ ପରଦାରେ ମୁକ୍ତିଲାଭ କରିଛି। ଏହାର ବଜେଟ୍‍ ପ୍ରାୟ ୭୦ କୋଟି ରହିଛି। ପରଦା ବିତରଣ ଅନୁଯାୟୀ ଚଳଚ୍ଚିତ୍ର ଉତ୍ତମ ବ୍ୟବସାୟ କରୁଥିବା କୁହାଯାଉଛି। ସୁଶାନ୍ତ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ବରୁଣ ଶର୍ମା, ପ୍ରତୀକ ବବର, ନବୀନ ପୋଲିସେଟ୍ଟୀ ଓ ତାହିର ରାଜ ଭସୀନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Leave A Reply