MEllora 950×100

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିହତ

ନୂଆଦିଲ୍ଲୀ: ଛତିଶଗଡ଼ରେ ପୁଣି ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ଥିବା ବେଳେ ଅନ୍ୟ ଦୁଇଜଣ ପୁରୁଷ ନକ୍ସଲଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ବସ୍ତର ରେଞ୍ଜର ଇନ୍ସପେକ୍ଟର ଜେନେରାଲ୍ ପୁଲିସ୍ ସୁନ୍ଦରରାଜ ପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପୋମାରା ଜଙ୍ଗଲରେ ପ୍ରାୟ ସକାଳ ସାଢ଼େ ୭ଟା ସମୟରେ ଗୁଳିବିନିମୟ ହୋଇଛି ।

ମିଳିଥିବା ସୂଚନା ଆଧାରରେ ଏହି ଅପରେସନ ଆରମ୍ଭ ହୋଇଥିଲା । ୩୦ରୁ ୪୦ ନକ୍ସଲ ସେଠାରେ ଥିବା ସୂଚନା ମିଳିଥିଲା । ସିଆରପିଏଫ୍, ଡିଆରଜି ଓ ଏସଟିଆରଏଫ୍ ଯବାନଙ୍କ ମିଳିତରେ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟରେ ଜଣେ ମହିଳାଙ୍କ ସମେତ ତିନିଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ମଧ୍ୟ ଜବତ ହୋଇଛି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

 

Comments are closed.