ଛତିଶଗଡରେ ଗୁଳି ବିନିମୟ: ଦୁଇ ସିଆରପିଏଫ୍ ଯବାନ ସହିଦ, ୨ ମାଓବାଦୀ ନିହତ

ବିଜାପୁର: ଛତିଶଗଡ ବିଜାପୁର ଜିଲାରେ ସୋମବାର ସକାଳେ ହୋଇଥିବା ଗୁଳି ବିନିମୟରେ ଦୁଇ ଜଣ ସିଆରପିଏଫ୍ କମାଣ୍ଡୋ ସହିଦ ହୋଇଛନ୍ତି। ଗୁଳି ବିନିମୟରେ ଦୁଇ ଜଣ ମାଓବାଦୀ ମଧ୍ୟ ନିପାତ ହୋଇଥିବା ଜଣାପଡିଛି। ଏହା ସହ ଅନ୍ୟ ଦୁଇ ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦିନ ୧୦ଟା ବେଳେ ସିଆରପିଏଫ୍ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେଶନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ପ​‌ରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

Comments are closed.