ଛତିଶଗଡ ସୁକମା ଜିଲାରେ ନକ୍ସଲ- ସୁରକ୍ଷା ବାହିନୀ ଗୁଳିବିନିମୟ, ୧୭ ଯବାନ ସହିଦ

ମାଲକାନଗିରି : ସିମାନ୍ତ ଛତିଶଗଡର ସୁକମା ଜିଲାରେ ନକ୍ସଲ- ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୭ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଗତକାଲି ଛତିଶଗଡ଼ର ସୁକମା ଜିଲ୍ଲାର କାସଲପାଦରେ ନକ୍ସଲ- ସୁରକ୍ଷା ବାହିନୀଙ୍କ ଗୁଳିବିନିମୟ ପରେ ୧୭ଜଣ ଯବାନ ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ସହିଦ ହୋଇଥିବା ୧୭ ଜଣ ଯବାନଙ୍କ ମଧ୍ୟରେ ୫ଏସଟିଏଫ ଓ ୧୨ଡିଆରଜି ଯବାନ ଅଛନ୍ତି।
Total 17 security personnel (5 STF + 12 DRG) have lost their lives in an encounter in Sukma, yesterday. They were missing and security forces were trying to locate them after an encounter with naxals: Chhattisgarh Police pic.twitter.com/4qhUiOxs5U
— ANI (@ANI) March 22, 2020
ସୂଚନାଯୋଗ୍ୟ ଗତକାଲି ଛତିଶଗଡ଼ ସ୍ଥିତ ସୁକମା ଜିଲାର କାସଲପାଦର ଚିନ୍ତାଗୁଫାରେ ଯବାନ- ମାଓବାଦୀଙ୍କ ମଧ୍ୟରେ ଗୁଳିୁବନିମୟ ହୋଇଥିଲା । ଯାହାଫଳରେ ୧୪ଜଣ ଯବାନ ଆହତ ହୋଇଥିଲେ । ୧୪ଜଣ ଯବାନ ଆହତ ହେବା ସହ ୧୭ଜଣ ଯବାନ ନିଖୋଜ ଥିଲେ । ଗୁଳିବିନିମୟ ଫଳରେ ଆହତ ହୋଇଥିବା ଯବାନମାନଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ରାୟପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଗୁଳିବିନିମୟ ସମୟରେ ନିଖୋଜଥିବା ୧୭ ଜଣ ଯବାନଙ୍କୁ ଖୋଜିବା ପାଇଁ ଗତକାଲିଠାରୁ ପୁଲିସ ସର୍ଚ ଅପରେସନ ଆରମ୍ଭ କରିଥିଲା। ଆଜି ଜଙ୍ଗଲ ଭିତରୁ ସର୍ଚ୍ଚ ଟିମ୍ ଏହି ମରଶରୀର ଠାବ କରିବା ସହ ଉଦ୍ଧାର କରାଯାଇଛି ବୋଲି ବସ୍ତର ରେଞ୍ଜ ଆଇଜିପି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି।