ଛତିଶଗଡ଼ ମାଓବାଦୀ-ସୁରକ୍ଷାକର୍ମୀ ସଂଘର୍ଷ, ସହିଦଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ ସୁବାଷ ନାଏକ

ଭବାନୀପାଟଣା: ଛତିଶଗଡ଼ ବିଜାପୁର ଠାରେ ସିଆରପିଏଫ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ସହିଦ ହୋଇଥିବା ଜବାନଙ୍କ ମଧ୍ୟରେ ଅଛନ୍ତି କଳାହାଣ୍ଡି ଜିଲ୍ଲାର ଧନସଲା ଗ୍ରାମର ଓଡ଼ିଆ ପୁଅ ସୁବାଷ ନାଏକ (୩୫) । ଗତ ୪୦ ବର୍ଷ ତଳେ ସହିଦ ସୁବାଷ ନାଏକଙ୍କ ବାପା ସ୍ୱର୍ଗତ ସିତାରାମ ନାଏକ ନିଜ ପୈତୃକ ଗ୍ରାମ କୋକସରା ବ୍ଲକର ଧନସଲା ଛାଡି ଛତିଶଗଡ଼ ରାଜ୍ୟର ବିଜାପୁରର ବାସାଗୁଡାରେ ଘରଦ୍ୱାର କରି ପରିବାର ସହିତ ରହି ଆସୁଛନ୍ତି। ସହିଦ ସୁବାଷଙ୍କ ଜନ୍ମ ୧୯୮୬ ମସିହାରେ ହୋଇଥିଲା। ସେ ୨୦୧୯ରେ ସିଆରପିଏଫରେ ଯୋଗ ଦେଇଥିଲେ। ତାଙ୍କର ଦେହାନ୍ତ ଖବର ନିଜ ବାପାଙ୍କ ପୈତୃକ ଗ୍ରାମ ଟନସଲାରେ ପହଞ୍ଚିବା ପରେ ଶୋକରଛାୟା ଖେଳିଯାଇଛି।

Comments are closed.