ଛଟ୍ ପୂଜାରେ ଉଦିତ ସୂର୍ଯ୍ୟକୁ ଅର୍ଘ୍ୟ ଦେବାର ମହତ୍ତ୍ବ, ଜାଣନ୍ତୁ ବୈଜ୍ଞାନିକ କାରଣ

ଛଟ୍ ପୂଜା ଭାରତର ପ୍ରମୁଖ ପର୍ବ ମଧ୍ୟରୁ ଗୋଟିଏ। ସୂର୍ଯ୍ୟ ଉପାସନାର ଏହି ପର୍ବ ମୁଖ୍ୟତଃ ବିହାରୀ ସମ୍ପ୍ରଦାୟର ଲୋକେ ପାଳନ କରିଥାନ୍ତି। ଏହା ସହ ଉତ୍ତର ପ୍ରଦେଶର ଅଧିକାଂଶ ସ୍ଥାନରେ ଏବଂ ନେପାଳର କିଛି ସ୍ଥାନରେ ମଧ୍ୟ ଏହାକୁ ପାଳନ କରାଯାଏ। ଚାରି ଦିନ ଧରି ଚାଲିଥିବା ଏହି ପର୍ବ ସୂର୍ଯ୍ୟ ଦେବତାଙ୍କ ପାଇଁ ସମର୍ପିତ ହୋଇଥାଏ। ଏହି ପର୍ବରେ ଅସ୍ତ ଓ ଉଦୟ ହେଉଥିବା ଅର୍ଘ୍ୟ ଦିଆଯାଏ। ପର୍ବର ଚତୁର୍ଥ ଦିନ କାର୍ତ୍ତିକ ଶୁକ୍ଳ ସପ୍ତମୀ ଦିନ ସକାଳେ ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଏ। ପରିବାରର ଉତ୍ତମ ସ୍ବାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି​‌ରେ ସୁଧାର କାମନା କରି ମହିଳାମାନେ ଏହି ବ୍ରତ କରିଥାନ୍ତି। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ଗଙ୍ଗା ନଦୀରେ ବା ଅନ୍ୟ ଯେକୌଣସି ନଦୀରେ ବୁଡ ପକାଇଥାନ୍ତି।
ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ମହତ୍ତ୍ବ
ଛଟ୍ ପର୍ବରେ ପ୍ରଥମ ଅର୍ଘ୍ୟ ଅସ୍ତ ହେଉଥିବା ସୂର୍ଯ୍ୟକୁ ଦିଆଯାଏ। ଏହି ସମୟରେ ନଦୀ ଜଳରେ କ୍ଷୀର ଢାଳି ସୂର୍ଯ୍ୟଙ୍କ ଶେଷ କିରଣକୁ ଅର୍ଘ୍ୟ ଦିଆଯାଏ। ଏହା ଦ୍ବାରା ଭଗବାନ ଶିବ ଏବଂ ସୂର୍ଯ୍ୟନାରାୟଣ କୃପାରୁ ସନ୍ତାନ ପ୍ରାପ୍ତିର ବରଦାନ ମିଳିଥାଏ। ଏହାର ପର ଦିନ ଉଦୟ ହେଉଥିବା ସୂର୍ଯ୍ୟକୁ ଅର୍ଘ୍ୟ ଦିଆଯାଏ। ସକାଳ ସମୟରେ ଜଳ ଅର୍ଘ୍ୟ ଦେବା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି।  
ସକାଳ ସମୟରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ସୂର୍ଯ୍ୟ କିରଣରୁ ମିଳୁଥିବା ଭିଟାମିନ୍ ଡି ଶରୀରକୁ ନିରୋଗ ରଖିବାରେ ସାହାଯ୍ୟ କରେ। ଏହା ସହ ତ୍ବଚା ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା କମ୍ ଥାଏ।
ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ବିଶେଷ ମହତ୍ତ୍ବ ରହିଥାଏ। ପ୍ରତିଦିନ ପ୍ରାତଃକାଳରେ ନାଲି ରଙ୍ଗର ଫୁଲ ଓ ଚାଉଳ ସହ ଏକ ତମ୍ବା ପାତ୍ରରେ ଜଳ ନେଇ ପ୍ରସନ୍ନ ମନରେ ସୂର୍ଯ୍ୟଦେବଙ୍କ ମନ୍ତ୍ର ଜପ କରି ଅର୍ଘ୍ୟ ଅର୍ପଣ କରନ୍ତୁ। ଏହା ପରେ ପୁଷ୍ପାଞ୍ଜଳି ଦିଅନ୍ତୁ।

Comments are closed.