ଛଠ୍ ପର୍ବ ପାଳିତ ; ବିହାରୀ ସଂପ୍ରଦାୟଙ୍କ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ

କଂଟାବାଂଜି : କଂଟାବାଂଜି ସହରରେ ବସବାସ କରୁଥିବା ବିହାରୀ ସଂପ୍ରଦାୟଙ୍କ ଗଣପର୍ବ ଛଠ୍ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ଆଜି ବ୍ରତଧାରୀମାନେ ସୂର୍ଯ୍ୟ ଦେବତାଙ୍କୁ ସ୍ଥାନୀୟ ବଂଗୋମୁଣ୍ଡା ରେଳବାଇ ଫାଟକ ନିକଟ ଶିବ ମନ୍ଦିର  ପୋଖରୀରେ ବୁଡ ମାରିବା ସହ ସ୍ନାନ ତର୍ପଣ ସାରି ଧୂପଦୀବ ପ୍ରଜ୍ଜ୍ୱଳନ କରି, ଭୋଗ ରାଗ ନୈବିଦ୍ୟ, ଅର୍ପଣ ସହ ସୂର୍ଯ୍ୟ ଦେବତା ଅର୍ଘ୍ୟ ଅର୍ପଣ ପୂର୍ବକ ବ୍ରତୀମାନେ ପୁରାଣ ନୀତି ସଂପାଦନ ପୂର୍ବକ ପୂଜା ନିତି ଶେଷ କରିଥିଲେ ବିଧି ଅନୁଯାୟୀ । ବିହାରି ସଂପ୍ରଦାୟ ଙ୍କ ମଧ୍ୟରେ ଛଠ ପୁଜା ପାଳନ କଲେ ବ୍ରତଧାରୀଙ୍କ ମାନସିକ ପୂର୍ଣ୍ଣ ହେବା ସହ ପରିବାରର ମଙ୍ଗଳ, ସୁଖ ସମୃଦ୍ଧି, ଯଶ ଖ୍ୟାତି ବୃଦ୍ଧି ହେବାର ବିଶ୍ୱାସ ରହିଛି। ଏଠାରେ ବସବାସ କରୁଥିବା ଉତ୍ତର ଭାରତ ବିହାରୀ ସଂପ୍ରଦାନ ମଧ୍ୟରେ ଏହି ଛଠ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା ।  ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ନିୟମ ଅନୁଯାୟୀ ସାମାଜିକ ଦୂରତ୍ୱ ରକ୍ଷା କରି ଅଳ୍ପ ସଂଖ୍ୟକ ବ୍ରତି ମାନଙ୍କୁ ନେଇ ପୂଜା କାର୍ଯ୍ୟ ଶେଷ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Comments are closed.