ଲୋକଙ୍କୁ କନ୍ଦାଇଦେଲା ‘ଛପାକ୍‍’ର ଟ୍ରେଲର: ଦୀପିକାଙ୍କୁ କହିଲେ ଅଭିନୟର ରାଣୀ

ମୁମ୍ବଇ: ଦୀପିକା ପାଦୁକୋନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଛପାକ୍‍’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ଏଥିରେ ଦୀପିକା ଜଣେ ଏସିଡ଼୍‍ ଆକ୍ରମଣ ପୀଡ଼ିତା ଭୂମିକାରେ ଅଭିନୟ କରଛନ୍ତି। ଚଳଚ୍ଚିତ୍ରଟି ଏସିଡ଼୍‍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ କାହାଣୀ ଉପରେ ଆଧାରିତ। ୨ ମିନିଟ୍‍ ୧୯ ସେକେଣ୍ଡର ଏହି ଟ୍ରେଲରରେ ଦୀପିକାଙ୍କ ଦମ୍‍ଦାର୍‍ ଅଭିନୟ ସାଙ୍ଗକୁ ଚରିତ୍ରକୁ ଯଥାର୍ଥତା ଦେଉଥିବା ଲୁକ୍‍ ଦେଖିବାକୁ ମଳିଛି। ବିକ୍ରାନ୍ତ ମେସୀଙ୍କୁ ଦୀପକାଙ୍କ ବିପକ୍ଷରେ ନାୟକ ଭାବେ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ମିଳୁଥିବା ପ୍ରତିକ୍ରିୟାରୁ ଜଣାପଡ଼ୁଛି ଦର୍ଶକ ଟ୍ରେଲରକୁ ଖୁବ୍‍ ପସନ୍ଦ କରୁଛନ୍ତି। କିଛି ଲୋକଙ୍କୁ ଟ୍ରେଲର କନ୍ଦାଇ ଦେଇଛି ବୋଲି ପ୍ରତିକ୍ରିୟା ମିଳିଛି। ସମସ୍ତେ ଦୀପିକାଙ୍କ ଅଭିନୟର ଭୁରି ଭୁରି ପ୍ରଶଂସା କରୁଛନ୍ତି।

Comments
Loading...