ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌

ଆଇପିଏଲର ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ୮ ଓ୍ଵିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ମାତ୍ର ୧୮ ଓଭର ଏବଂ ୪ଟି ବଲରେ ଚେନ୍ନାଇ ୨ ଓ୍ଵିକେଟ୍‌ ହରାଇ ଜିତିବା ପାଇଁ ଆବଶ୍ୟକ ଥିବା ୧୫୦ ରନ ସ୍କୋର କରିଛି। ବାଙ୍ଗାଲୋର ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ବିନିମୟରେ ୧୪୫ ରନ୍‌ କରିଥିଲା।ବ୍ୟାଟ୍ସମ୍ୟାନ୍‌ ଏବି ଡିଭିଲିୟର୍ସ ୩୯ ରନ୍‌ ଏବଂ ଅଧିନାୟକ ବିରାଟ କୋହଲି ୫୦ ରନ୍‌ ସ୍କୋର କରିଥିଲେ।

ଚେନ୍ନାଇ ସୁପର କିଙ୍ଗସର ଋତୁରାଜ ୫୧ଟି ବଲରେ ୪ଟି ଚୌକା ଓ ୩ଟି ଛକା ମାରି ଅପରାଜିତ ୬୫ ରନ୍‌ କରିଥିବା ବେଳେ ଫାପ୍‌ ଡୁ ପ୍ଲେସିସ୍‌ ୧୩ଟି ବଲରେ ୨୫ ରନ୍‌ କରିଥିଲେ। ଅମ୍ବାତି ରାୟଡୁ ୩୯ ରନ୍‌ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅପରାଜିତ ୨୧ ରନ୍‌ କରିଥିଲେ।

Comments are closed.