ମଙ୍ଗଳବାର ୬ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ ଡ. ଏ. ଚେଲ୍ଲା କୁମାର

୮ ତାରିଖରେ ତିର୍ତ୍ତୋଲ ଓ ୧୦ ତାରିଖରେ ବାଲେଶ୍ଵର ଗସ୍ତ

ଭୁବନେଶ୍ୱର : ଓଡିଶା କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ.ଚେଲ୍ଲା କୁମାର ଆସନ୍ତାକାଲି ମଙ୍ଗଳବାର ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବଧି ମଧ୍ୟରେ ସେ ରାଜ୍ୟ କଂଗ୍ରେସର ବିଭିନ୍ନ ଶାଖାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ୭ ତାରିଖରେ ତାଙ୍କୁ ପିସିସି କାର୍ଯ୍ୟଳୟରେ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ।

ଏହା ସହ ଡ଼. ଚେଲ୍ଲାକୁମାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ଆୟୋଜିତ ବିଧାୟକ ଦଳ ବୈଠକରେ ଯୋଗଦେବେ। ୮ ଅକ୍ଟୋବର ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀମାନଙ୍କୁ ସାକ୍ଷାତ ପରେ ଜଗତସିଂହପୁର ଜିଲ୍ଲା  ବିରିଡି ବ୍ଲକ ଗସ୍ତ କରି ୧୧.୩୦ ମି. ସମୟରେ ତିର୍ତୋଲ ବିଧାନସଭା ଉପନିର୍ବାଚନ ଉପଲକ୍ଷେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେବେ। ଏହାବ୍ୟତୀତ ‘ସମାଜ’ କଟକ କାର୍ଯ୍ୟାଳୟରେ ପହଂଚି ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ।

୯ ଅକ୍ଟୋବର ଶୁକ୍ରବାର କଂଗ୍ରେସ ଭବନରେ ଦିବା ଘ.୯.୨୦ ମିନିଟ୍‍ରୁ ୧୦ ଘଟିକା ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଓ କର୍ମକର୍ତାଙ୍କ ସହ ସାକ୍ଷାତ ଆଲୋଚନା, ଘ. ୧୦.୦୫ ମିନିଟ୍‍ରୁ ଘ.୧୦.୩୫ ମିନିଟ୍‍ ରାଜ୍ୟ ଓ ଜିଲ୍ଲା ଛାତ୍ର କଂଗ୍ରେସ ନେତୃମଣ୍ଡଳୀଙ୍କ ସହ ସାକ୍ଷାତ ଆଲୋଚନା, ଘ.୧୦.୪୦ ମିନିଟ୍‍ରୁ ଘ.୧୧.୧୦ ମିନିଟ୍‍ ରାଜ୍ୟ ଓ ଜିଲ୍ଲା ସେବାଦଳର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା, ଘ.୧୧.୧୫ ରୁ ଘ.୧୧.୪୫ମିନିଟ୍‍ ରାଜ୍ୟ ଓ ଜିଲ୍ଲା ମହିଳା କଂଗ୍ରେସ ନେତ୍ରୀମାନଙ୍କ ସହ ସାକ୍ଷାତ ଆଲୋଚନା, ଘ.୧୧.୫୦ ମିନିଟ୍‍ରୁ ଘ.୧୨.୧୦ ମିନିଟ୍‍ ରାଜ୍ୟ ଓ ଜିଲ୍ଲା ଆଇ.ଏନ୍‍.ଟି.ୟୁ.ସି. ସଭାପତି ଓ କର୍ମକର୍ତାଙ୍କ ସହ ଆଲୋଚନା, ଘ. ୧୨.୧୨ ମି.ରୁ ଘ.୧୨.୪୦ ମି. ପର୍ଯ୍ୟନ୍ତ ପିସିସି ପ୍ରଶିକ୍ଷଣ ପ୍ରଭାରୀ ଓ ସଂଯୋଜକଗଣଙ୍କ ସହ ଆଲୋଚନା, ଘ.୧୨.୪୧ ମି.ରୁ ଘ.୧.୦୩ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲାର କିଷାନ କଂଗ୍ରେସ ସଭାପତି ଓ କର୍ମକର୍ତାଙ୍କ ସହ ଆଲୋଚନା, ଘ.୦୧.୦୫ ମି.ରୁ ଘ.୧.୨୦ ମିନିଟ୍‍ ରାଜ୍ୟ ଓ ଜିଲ୍ଲା ଦଳିତ ସେଲ୍‌ଫ ସଭାପତି ଓ କର୍ମକର୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ଘ.୩.୫୦ ମି. ରେ କଂଗ୍ରେସ ଭବନ ପରିସରରେ ସାମ୍ବାଦିକ ସମ୍ମିଳନୀରେ ଡ. ଏ. ଚେଲ୍ଲାକୁମାର ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ପୁନର୍ବାର ୫ ଘଟିକାରୁ ଘ.୫.୨୦ ମିନିଟ୍‍ ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଆଦିବାସୀ ସେଲ୍‌ଫ ସଭାପତି ଓ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା, ଘ.୫.୨୫ ମି.ରୁ ଘ.୫.୪୫ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ସଂଖ୍ୟାଲଘୁ ସଭାପତି ଓ କର୍ମକର୍ତାଙ୍କ ସହ ସାକ୍ଷାତ ଆଲୋଚନା, ସନ୍ଧ୍ୟା ଘ.୫.୫୦ ମି.ରୁ ଘ.୬.୦୫ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ଓ କର୍ମକର୍ତାଙ୍କ ସହ ଆଲୋଚନା, ସନ୍ଧ୍ୟା ଘ.୬.୧୦ ମି.ରୁ ଘ.୬.୨୫ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ପଛୁଆବର୍ଗ ବିଭାଗ ସଭାପତି ଓ କର୍ମକର୍ତାଙ୍କ ସହ ସାକ୍ଷାତ ଆଲୋଚନା, ଘ୬.୩୦ ମିନିଟ୍‍ରୁ ଘ.୬.୫୦ ମିନିଟ୍‍ ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଓ କର୍ମକର୍ତାଙ୍କ ସହ ଆଲୋଚନା, ଘ.୬.୫୫ ମି. ରୁ ଘ.୭.୧୦ ମି. ପର୍ଯ୍ୟନ୍ତ ରାଜ୍ୟ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର କର୍ମକର୍ତାଙ୍କ ସହ ଆଲୋଚନା, ଘ. ୭.୧୫ ମି.ରୁ ଘ.୭.୩୫ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଆଇନ୍‍ଜୀବୀ କଂଗ୍ରେସ କର୍ମକର୍ତାଙ୍କ ସହ ସାକ୍ଷାତ ଆଲୋଚନା, ଘ. ୭.୪୦ ମି.ରୁ ଘ.୮.୦୦ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ମାନବିକ ଅଧିକାର କଂଗ୍ରେସ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା, ଘ.୮.୦୨ ମି.ରୁ ଘ.୮.୧୨ ମି. ପର୍ଯ୍ୟନ୍ତ ରାଜ୍ୟ ଓ ଜିଲ୍ଲା ଅଣସଂଗଠିତ ଶ୍ରମିକ କଂଗ୍ରେସ କର୍ମକର୍ତାଙ୍କ ସହ ଆଲୋଚନା ଥିବା ବେଳେ ଘ.୮.୧୩ ମି. ରୁ ଘ.୮.୨୩ ମି. ପର୍ଯ୍ୟନ୍ତ ରିସର୍ଚ କଂଗ୍ରେସର କର୍ମକର୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ୧୦ ଅକ୍ଟୋବର ଶନିବାର ଡ. କୁମାର ବାଲେଶ୍ୱର ଅଭିମୁଖେ ଗସ୍ତ କରି କିଷାନ ବଚାଓ ରାଲି ଓ ଭାରେ ଯୋଗଦେବା ସହ ବାଲେଶ୍ୱର ସଦର ଉପନିର୍ବାଚନ ବୈଠକରେ ଯୋଗଦେଇ ଭୁବନେଶ୍ୱରରେ ରାତ୍ରିଯାପନ ସହ ୧୧ ତାରିଖ ସକାଳ ୯ଘଟିକା ୪୦ ମିନିଟ୍‍ରେ ଦିଲ୍ଲୀ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି କାର୍ଯ୍ୟାଳୟ ପକ୍ଷରୁ ସମସ୍ତ କଂଗ୍ରେସ ନେତୃମଣ୍ଡଳୀ ଓ ଗଣମାଧ୍ୟମ ବନ୍ଧୁମାନଙ୍କୁ ଅବଗତ କରାଯାଉଛି।

Comments are closed.