ଠକିନେଲେ ୧୩ ଲକ୍ଷ ୨୦ ହଜାର

ଘରୋଇ ମେଡିକାଲ୍‌ କଲେଜରେ ନାମ ଲେଖାଇବା ନାଁରେ ଠକେଇ

0

ଭୁବନେଶ୍ବର : ଚାକିରି କରାଇ ଦେବା ଓ ମେଡିକାଲ୍‌ ସିଟ୍‌ରେ ନାମ ଲେଖାଇ ଦେବା ଭଳି ଠକ ଏବେ ରାଜଧାନୀରେ ସକ୍ରିୟ। ଗତ କିଛି ମାସ ମଧ୍ୟରେ ଏକାଧିକ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଚଳିତ ମାସରେ ରାଜଧାନୀରେ ଚାକିରି, ମେଡିକାଲ୍‌ କଲେଜରେ ନାମ ଲେଖାଇବା ଭଳି ୩ଟି ରାକେଟ୍‌ ସମ୍ପର୍କରେ ଅଭିଯୋଗ ହୋଇଛି। ଦୁଇ ସପ୍ତାହ ତଳେ ଏମ୍‌କେସିଜିରେ ନାମ ଲେଖାଇ ଦେବା କହି ଜଣଙ୍କଠାରୁ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ୱେବ୍‌ପୋର୍ଟାଲ୍‌ର ସ୍ବତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଗତ ସପ୍ତାହରେ ରେଳବାଇ ଏବଂ ପୁଲିସରେ ଚାକରି କରାଇଦେବା ଲାଗି ଏକ ରାକେଟ୍‌ ଚଳାଉଥିବା ସରୋଜ କୁମାର ଜେନା ନାମକ ଜଣେ ଯୁବକକୁ ଧଉଳି ଥାନା ପୁଲିସ ଗିରଫ କରିଥିଲା।
ଏବେ ସରୋଜକୁ ହେପାଜତରେ ଆଣି ପଚରାଉଚରା ଚଳାଇଛି। ସରୋଜ ତାହାର ବାନ୍ଧବୀ ସହିତ ମିଶି ଦୀର୍ଘ ଦିନ ହେବ ଏହି ରାକେଟ୍‌ ଚଳାଇଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ରାଜଧାନୀରେ ଆଉ ଏକ ମେଡିକାଲ୍‌ ସିଟ୍‌ ନାମ ଲେଖା ରାକେଟ୍‌ ଘଟଣା ପଦାକୁ ଆସିଛି। ଭୁବନେଶ୍ବରରେ ଥିବା ଏକ ଘରୋଇ ମେଡିକାଲ୍‌ କ‌େ‌ଲଜରେ ନାମ ଲେଖାଇ ଦେବା ଲାଗି କହି ଏହି ରାକେଟ୍‌ ଜଣେ ବ୍ୟକ୍ତିଙ୍କଠାରୁ ୧୩ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ବୌଦ୍ଧ ଜିଲାର ବୁଦ୍ଧଦେବ ସିଂହ ନାମକ ବ୍ୟକ୍ତିଙ୍କର ପୁଅକୁ ମେଡିକାଲ୍‌ ସିଟ୍‌ରେ ନାମ ଲେଖାଇ ଦେବା ଲାଗି ପ୍ରଲୋଭିତ କରି ଏହି ୫ ଜଣିଆ ରାକେଟ୍‌ ୧୩.୨୦ ଲକ୍ଷ ଟଙ୍କା ପର୍ଯ୍ୟାୟକ୍ରମେ ଠକେଇ ନେଇଥିବା ସେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ ବୁଦ୍ଧଦେବଙ୍କ ପୁତ୍ର ବିଶ୍ବଜିତ ୨୦୧୯-୨୦ ନିଟ୍‌ ପ୍ରବେଶ ପରୀକ୍ଷା ପାଇବା ପରେ ନାମ ଲେଖାଇବା ଲାଗି ଚେଷ୍ଟା କରୁଥିଲା। ଏହି ରାକେଟ୍‌ର ଜଣେ ବ୍ୟକ୍ତି ତାଙ୍କୁ ଯୋଗାଯୋଗ କରିଥିଲା। ଘରୋଇ ମେଡିକାଲ୍‌ କଲେଜରେ ନାମ ଲେଖାଇଦେବାକୁ କହିଥିଲା। ସହିଦନଗର ଥିବା ସେମାନଙ୍କ ଅଫିସକୁ ଡକାଇଥିଲେ। ସେମାନେ ଓଜେଇଇ-୨୦୧୯ ନାମରେ ୧୦ ଲକ୍ଷ ଟଙ୍କାର ଡୋନେସନ୍‌ ଏବଂ କୋର୍ସ ଫି ବାବଦରେ ୬ ଲକ୍ଷ ୫୦ ହଜାର ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ କରିବା ଲାଗି କହିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଠକେଇର ଧାରା। ଓଜେଇଇ ପାଖରୁ ପ୍ରୋଭିଜନାଲ୍‌ ଆଲର୍ଟମେଣ୍ଟ ଇସ୍ୟୁ କରାଇବା ଲାଗି ୨୦,୦୦୦ ଟଙ୍କା ଆର୍‌ଟିଜିଏସ୍‌ ମାଧ୍ୟମରେ ପଠାଇବାକୁ କହିଥିଲେ । ଆଇସିଆଇସିଆଇର ଏକ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ହଷ୍ଟେଲ୍‌ ନାମଲେଖା ବାବଦକୁ ବି ଏକ ଲକ୍ଷ ଟଙ୍କା ନେଇଥିଲେ। ପରେ ଆଉ ୨ ଲକ୍ଷ ଟଙ୍କା ପଠାଇବାକୁ କହିଥିଲେ। ଏମିତି ମିଶାଇ ପର୍ଯ୍ୟାୟକ୍ରମେ ମୋଟ୍‌ ୧୩,୨୦,୦୦୦ ଟଙ୍କା ବୁଦ୍ଧଦେବ ଦେଇଥିଲେ। ନାମ ଲେଖା ବିଳମ୍ବ ହେଉଥିବାରୁ ସେ ଏନେଇ ଘରୋଇ ମେଡିକାଲ୍‌ କଲେଜକୁ ଯାଇ ବୁଝାସୁଝା କରିବା ବେଳେ ତାଙ୍କ ନାମରେ ସେମିତି ‌େ‌କୗଣସି ସିଟ୍‌ରେ ନାମଲେଖା ହୋଇ ନ ଥିବା ଜାଣିବାକୁ ପାଇଥିଲେ। ସେ ସହିଦନଗର ସ୍ଥିତ ଅଫିସକୁ ଧାଇଁଲେ। ସେଠାରେ ପହଞ୍ଚି ଓଜେଇଇ ନାମରେ କରିଥିବା ଡିମାଣ୍ଡ ଡ୍ରାଫ୍ଟ ଓ ପୁଅର ପ୍ରମାଣପତ୍ର ଆଦି ଫେରସ୍ତ ମାଗିଥିଲେ। ସେମାନେ ଏକ ଚେକ୍‌ ଦେଇଥିଲେ। ହେଲେ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇ ଥିବାରୁ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଏବେ ତାଙ୍କୁ ଠକେଇ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସେ ନିବେଦନ କରିଛନ୍ତି।
ପ୍ରକାଶଥାଉକି, ନୂଆପଲ୍ଲୀ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ପୁରୀ ଜିଲାର କୃଷ୍ଣପ୍ରସାଦ ଉଦଗାତାଙ୍କ ପୁଅଙ୍କ ୨୦୨୦ରେ ଓଜେଇଇ ପରୀକ୍ଷା ଦେଇଥିଲେ। ଓଜେଇଇ ତାଲିକାରୁ ତାଙ୍କ ପୁଅ ନମ୍ବର ବାହାର କରି ସୁନୀଲ ସାମନ୍ତରାୟ ଯୋଗାଯୋଗ କରିଥିଲା। ବ୍ରହ୍କପୁର ଏମ୍‌କେସିଜି ମେଡିକାଲ କଲେଜରେ ନାମ ଲେଖାଇ ଦେବା ଲାଗି କହିଥିଲା। ଏକ ପ୍ରୋଭିଜିନାଲ୍ ଆଲର୍ଟମେଣ୍ଟ ପେପର ମେଲ୍‌ରେ ପଠାଇ ସେମାନଙ୍କର ବିଶ୍ବାସ ଜନ୍ମାଇ ୧୫ ଲକ୍ଷ ଟଙ୍କା ନେଇଯାଇଥିଲା।

So do many chronic physical illnesses, even if they don’t directly affect genital function. cialis for sale Counsellors and psychologists can assist with these and a wide range of other sexual and relationship problems and can also help female partners suffering from sexual problems.

Comments
Loading...