କରୋନା ଯୋଦ୍ଧା ଡାକ୍ତର କୋଭିଡ ପଜିଟିଭ

ପିପିଲି : ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କରୋନା ଯୋଦ୍ଧା ଡାକ୍ତର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶରୀର ଅସୁସ୍ଥତା ଅନୁଭବ କରିବାରୁ ସେ ଆଜି ନିଜର କୋଭିଡ୍‍ ପରୀକ୍ଷା କରାଇଥିବା ବେଳେ ରିପୋର୍ଟ ପଜିଟିଭ୍‍ ଆସିଥିଲା। କରୋନା ସଂକ୍ରମଣର ସମ୍ଭାବନା ଥିବା କାରଣରୁ ଡାକ୍ତରଖାନାର ବାର୍ହି ରୋଗ ବିଭାଗ (ଓପିଡି)କୁ ଦୁଇଦିନ ପାଇଁ ବନ୍ଦ କରି ଦିଆଯାଇଛି। ତେବେ କେବଳ ଜରୁରୀ କାଳୀନ ରୋଗୀଙ୍କ ଚିକିତ୍ସା କରାଯାଉଥିବା ସଂପର୍କରେ ମଙ୍ଗଳପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏଚ୍‍ଓ ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି। ଅଞ୍ଚଳବାସୀଙ୍କ ସମେତ ଡାକ୍ତରଖାନାର ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ଆଜି ଆକ୍ରାନ୍ତ ଡାକ୍ତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.