ଖବର କାଗଜ ବିତରକ ଭିନ୍ନକ୍ଷମ ରୀନାଙ୍କୁ ବ୍ୟାଟେରି ଚାଳିତ ଗାଡ଼ି ପ୍ରଦାନ

ଚୌଦ୍ୱାର : ଚୌଦ୍ୱାର ଅଞ୍ଚଳରେ ଖବର କାଗଜ ବିତରଣ କାର୍ଯ୍ୟ କରି ଆସୁଥିବା ଏକମାତ୍ର ଭିନ୍ନକ୍ଷମ ମହିଳା ରୀନା ଭୂୟାଁଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ଏକ ଚାରିଚକିଆ ଗାଡ଼ି ପ୍ରଦାନ କରାଯାଇଛି। ଥାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ ବିରଞ୍ଚି ନାରୟଣ ପତି ଅତିଥି ଭାବେ ଯୋଗଦେଇ ରୀନାଙ୍କ ପାଇଁ ଆସିଥିବା ଏକ ଚାରିଚକିଆ ବ୍ୟାଟେରୀ ଚାଳିତ ଗାଡ଼ିକୁ ଶୁଭାରମ୍ଭ କରିବା ସହ ଗାଡ଼ିର ଚାବିକୁ ରୀନାଙ୍କୁ ପ୍ରଦାନ କରିଥିଲେ। ରୀନାଙ୍କ ଗାଡ଼ି କ୍ରୟ ପାଇଁ ଆର୍ଥିକ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଓ ଥାନା ଅଧିକାରୀ ଶ୍ରୀ ପତିଙ୍କୁ ରୀନା କୃତଜ୍ଞତା ଜ୍ଞାପନ କରିଥିଲେ। ମାନବପ୍ରେମୀ ସ୍ୱର୍ଗତ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ ଦାସ, ଇସ୍ପା ରଞ୍ଜିତ କୁମାର, ସାମ୍ବାଦିକ ମାନସ କୁମାର ସାମଲ, ରୁଦ୍ରାଶିଷ ନାଥ, ରଶ୍ମୀରଞ୍ଜନ କର, ବିରଞ୍ଚି ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.