ଜଙ୍ଗଲ ସୃଷ୍ଟି ପାଇଁ ଖାଲିଥିବା ସ୍ଥାନରେ ଚାରା ରୋପଣ ଓ ଏହାର ଯତ୍ନ ନେବା ଦରକାର

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ମହିସାଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ଆମ୍ବିଳିଝରୀ ଗ୍ରାମରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ରାଜ୍ୟ ଜଙ୍ଗଲ ପରିବେଶ ବିଭାଗ ଓ ମା ଖଣ୍ଡୁରାଇ ବନ ସୁରକ୍ଷା ସମିତିର ମିଳିତ ଆୟୋଜନରେ ମଙ୍ଗରାଜପୁର ବନପାଳ ସଂଜୀବ କୁମାର ଗଇପାଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନବ ଅଧିକାର ପରିଷଦ ଓଡ଼ିଶା ଶାଖା ସଭାପତି ସାନ୍ଧୁ ସିଂ ପାଳିଆ, ଏସିଏଫ ମନୋରଞ୍ଜନ ସ୍ୱାଇଁ, ପରିବେଶବିତ୍ ଗମନ କଳା, ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ରାଉତ, ସମିତି ସଭ୍ୟ ଦେବୀ ପ୍ରସାଦ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ଜଙ୍ଗଲ ପରିବେଷ ଓ ଜଙ୍ଗଲର ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଜଙ୍ଗଲ ସୃଷ୍ଟି ପାଇଁ ଖାଲିଥିବା ସ୍ଥାନରେ ଚାରା ରୋପଣ ଓ ଏହାର ଯତ୍ନ ନେବା ଦରକାର ବୋଲି ମତ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ଓ ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲ ଅଧିନ ବିଭିନ୍ନ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ବିଭିନ୍ନ ମୂଲ୍ୟବାନ୍ ଚାରା ବୃକ୍ଷ ରୋପଣ କରିଥିଲେ। ବିଜୟ କୁମାର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.