ପୋଖରୀରେ ଗାଧୁଆକୁ ନେଇ ଗଣ୍ଡଗୋଳ, ୫ଗିରଫ

ଚୌଦ୍ୱାର:ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ପଞ୍ଚାୟତର ବଡଚାଞ୍ଚୋ ଗ୍ରାମରେ ଥିବା ଏକ ପୋଖରୀରେ ଗାଧୁଆକୁ କେନ୍ଦ୍ରକରି ବଡଚାଞ୍ଚୋ ଓ ସାନଚାଞ୍ଚୋ ଗ୍ରାମର କିଛି ଲୋକଙ୍କ ମଧ୍ୟରେ ଗତ କିଛି ଦିନ ହେବ ଝଗଡ଼ା ଓ ଛକାପଞ୍ଝା ଲାଗି ରହିଥିଲା। ଏହି ଝଗଡ଼ା ଶନିବାର ଦିନ ଉଗ୍ରରୁପ ନେଇଥିଲା । ବଡଚାଞ୍ଚୋ ଗ୍ରାମର କିଛି ଲୋକ ସାନଚାଞ୍ଚୋ ଗ୍ରାମଦେଇ ଚୌଦ୍ୱାର ଆସୁଥିବାବେଳେ ସାନଚାଞ୍ଚୋ ଗ୍ରାମର କିଛି ଲୋକ ସେମାନଙ୍କୁ ଆକ୍ରମଣ କରିଥିବା ବଡଚାଞ୍ଚୋ ଗ୍ରାମର ସଞ୍ଜୟ ବଳ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ।

 

ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରିବା ସହିତ ସାନଚାଞ୍ଚୋ ଗ୍ରାମର ଗଣେଶ ମହାରଣା,ସ୍ମୃତି ରଞ୍ଜନ ମହାରଣା, ଆକାଶ ସାହୁ, ଚନ୍ଦ୍ର ଶେଖର ସାହାଣୀ ଓ ଗଣେଶଙ୍କ ପତ୍ନୀ ସବିତା ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି । ଏହି ଘଟଣାରେ ସାମିଲ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରୀ ରହିଥିବା ତଦନ୍ତକାରୀ ଅଧିକାରୀ ରଞ୍ଜନ କୁମାର ନାୟକ ସୁଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବଡ଼ଚାଞ୍ଚୋ ଗ୍ରାମରେ ଥିବା ପୋଖରୀରେ ଉଭୟ ଗ୍ରାମର କିଛି ଲୋକ ଗାଧୋଉଥିବାବେଳେ ସାମାନ୍ୟ କଥାକୁ ନେଇ ପରସ୍ପର ମଧ୍ୟରେ ଝଗଡ଼ା ଓ ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା ।

Comments are closed.