ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ଛତୁଆ !

ଛତୁଆର ଉପକାରିତା ବିଷୟରେ ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ । ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ । ଛତୁଆ ଖାଇଲେ ଗ୍ୟାସ୍ଟ୍ରିକ୍, ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ଯକୃତ ମଧ୍ୟ ସୁସ୍ଥ ରଖିଥାଏ । ଛତୁଆ ଖାଇବା ଦ୍ବାରା ଶୀଘ୍ର ଭୋକ ହୋଇ ନଥାଏ , ଯାହା ଦ୍ବାରା ଓଜନ ସନ୍ତୁଳିତ ରହିଥାଏ । ମଧୁମେହ ଓ ରକ୍ତଚାପ ଜନିତ ରୋଗୀଙ୍କ ପାଇଁ ମଧ୍ୟ ଛତୁଆ ବେଶ୍ ଲାଭଦାୟକ ବୋଲି କୁହାଯାଏ । କିନ୍ତୁ ଛତୁଆର ଅପକାରିତା ଗୁଣ ବିଷୟରେ ଜାଣିଛନ୍ତି କି ? ଆଜି ଆମେ ଆପଣଙ୍କୁ ଜଣାଇବୁ ଛତୁଆ ଖାଇବା ଦ୍ବାରା ଶରୀରକୁ କି କ୍ଷତି ହୋଇଥାଏ ।

ଚଣା ଛତୁଆ ଖାଇବା ଦ୍ବାରା ପେଟରେ ଗ୍ୟାସ ଜନିତ ସମସ୍ୟା ଦେଖା ଦେଇଥାଏ । ତେଣୁ ଛତୁଆରେ ଚଣାର ମାତ୍ରାଧିକ ବ୍ୟବହାର କରନ୍ତୁ ନାହିଁ ।

ମଧୁମେହ ରୋଗୀଙ୍କ ପାଇଁ ଛତୁଆ ବରଦାନ ଭଳି ହୋଇଥାଏ । କିନ୍ତୁ ଷ୍ଟୋନ ରୋଗୀଙ୍କ ପାଇଁ ଏହା ମାରାତ୍ମକ ଅଟେ । ଷ୍ଟୋନ ରୋଗୀ କଦାପି ଛତୁଆ ଖାଆନ୍ତୁ ନାହିଁ ।

କୁଷ୍ଠ ରୋଗୀ ଚଣା ଛତୁଆ ଖାଆନ୍ତୁ ନାହିଁ ।

ବର୍ଷା ଋତୁରେ ଚଣା ଛତୁଆ ସେବନ କରନ୍ତୁ ନାହିଁ ।

ଧ୍ୟାନ ରଖନ୍ତୁ, ଛତୁଆ ଖାଇବା ସମୟରେ ପାଣି ପିଅନ୍ତୁ ନାହିଁ । ଦିନକୁ ଥରେ ବା ଦୁଇ ଥରରୁ ଅଧିକ ଛତୁଆ ଖାଆନ୍ତୁ ନାହିଁ ।

Comments are closed.