ଛତିଶଗଡର ମୁଖ୍ୟମନ୍ତ୍ରୀ ହେଲେ ଭୂପେଶ ବଘେଲ

0

ଭୋପାଳ: ରବିବାର ଭୂପେଶ ବଘେଲ ଛତିଶଗଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏନେଇ ରାୟପୁରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ଦଳର ପ୍ରଦେଶ ପ୍ରଭାରୀ ପିଏଲ ପୁନିୟା, ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଏହି ନିଷ୍ପତ୍ତି ନେବା କଠିନ ଥିଲା। କାରଣ ସମେସ୍ତ ଦଳ ପାଇଁ କାମ କରିଛନ୍ତି । ତେଣୁ ରାହୁଲ ଗାନ୍ଧି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଧାୟକ ଦଳ ବୈଠକରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭୂପେଶ ବଘେଲଙ୍କୁ ଚୟନ କରାଯାଇଥିଲା। ଭୂପେଶ ବଘେଲ ଛତିଶଗଡର କଂଗ୍ରେସ ଅଧ୍ୟକ୍ଷ ଥିଲେ । ଡିସେମ୍ବର ୧୭ ତାରିଖରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ସମାରୋହ ଆୟୋଜିତ ହେବ ।

Leave A Reply