ଛତିଶଗଡରେ କରୋନା ଭୁତାଣୁର ନୂଆ ରୂପ: ଏନ-୪୪୦

ଏକ ପ୍ରମୁଖ ହିନ୍ଦୀ ସମ୍ବାଦପତ୍ର ଅନୁଯାୟୀ, ଛତିଶଗଡରେ ଏକ ନୂଆ କରୋନା ଭାଇରସ୍ ପ୍ରକାର ଚିହ୍ନଟ ହୋଇଛି। ରିପୋର୍ଟ ଅନୁଯାୟୀ, ପାଞ୍ଚଟି ଭିନ୍ନ ନମୁନାରେ ଏହି ନୂଆ ପ୍ରକାର ମିଳିଥିବା ନିଶ୍ଚିତ ହୋଇଛି। ରୋଗୀମାନଙ୍କ ଉପରେ ଏହି ଭାଇରସ୍ ପ୍ରକାରର ପ୍ରଭାବ କିଭଳି ରହିବ ସେ ସମ୍ପର୍କରେ ଡାକ୍ତରମାନେ ପରୀକ୍ଷା ନିରୀକ୍ଷା କରି ଦେଖିବେ। ତେବେ ଆଶଙ୍କା କରାଯାଉଛି ଯେ ଭାଇରସର ଏହି ପ୍ରକାର ଏନ-୪୪୦ ଶରୀରର ରୋଗ ପ୍ରତିଷେଧକ ବ୍ୟବସ୍ଥାକୁ ଅଧିକ ଦୁର୍ବଳ କରିପାରେ।

ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେବ କହିଛନ୍ତି ଯେ କେନ୍ଦ୍ର ସରକାର ନିକଟରେ ୫ଟି ନମୁନାରେ ଏନ-୪୪୦ ନାମକ ଏକ ନୂତନ ପ୍ରକାରର ଉପସ୍ଥିତି ନିଶ୍ଚିତ କରିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ନୂତନ ପ୍ରକାରଟି ସାଂଘାତିକ ନୁହେଁ। ଏପର୍ଯ୍ୟନ୍ତ ରାଜ୍ୟରେ ବ୍ରିଟିଶ ଭାରିଆଣ୍ଟ, ଦକ୍ଷିଣ ଆଫ୍ରିକା ଭାରିଆଣ୍ଟ ଏବଂ ବ୍ରାଜିଲ ଭାରିଆଣ୍ଟର ଗୋଟିଏ ବି ମାମଲା ଚିହ୍ନଟ ହୋଇନାହିଁ। ବୁଧବାର ଦିନ ଛତିଶଗଡରେ ୪ ହଜାର ୫୬୩ଟି କୋଭିଡ -୧୯ ସଂକ୍ରମଣ ଚିହ୍ନଟ ହୋଇଛି, ଯାହା ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବ ଦିନଠାରୁ ସର୍ବାଧିକ।

ସେହିପରି ବୁଧବାର ଦିନ ୩୯ ଜଣ କୋଭିଡ -୧୯ ସଂକ୍ରମିତଙ୍କ ମୃତ୍ୟୁ ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୧୭୦କୁ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ବୁଧବାର ରାଜ୍ୟରେ ୬୦ ବର୍ଷରୁ ଅଧିକ ୧ ଲକ୍ଷ ୨୨ ହଜାର ହିତାଧିକାରୀଙ୍କୁ ଟୀକାକରଣ କରାଯାଇଛି, ଯାହାକି ରାଜ୍ୟରେ ସର୍ବାଧିକ।

Comments are closed.