ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛତ୍ରପୁର :  ଛତ୍ରପୁର ଥାନା ଅଧିନ ହୁମର ସୁନାରି ତୋଟା ନିକଟରେ ଯୁବକଙ୍କ ଝୁଲନ୍ତା  ମୃତଦେହ ପୁଲିସ ଜବତ କରିଛି । ମୃତକ ଜଣକ ହେଲେ ହୀନ ନାୟକ । ସେ ନିଜ ଶଶୁର ଘରେ ବହୁ ବର୍ଷ ହେଲା ରହିଆସୁଥିଲେ । ଗତକାଲି ଠାରୁ ସେ ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ସୁନାରି ତୋଟା ନିକଟରେ ଥିବା କିଆ ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଖବର ପାଇଁ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିଛି ।  ପାରିବାରିକ ଅଶାନ୍ତିରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।  ହୀନର ନିଜ ଘର ଚମାଖଣ୍ଡି ଥାନା ଅଧିନ ସୀତାନଗର ।  ବିବାହ ପରଠାରୁ ସେ ଶଶୁର ଘର ପାଲିଆ ଛତ୍ରପୁରରେ ରହି ଆସୁଥିଲେ ।  ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.