ଛତ୍ରପୁର ଉପକାରାଗାର ପରିଦର୍ଶନ କଲେ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ

ଛତ୍ରପୁର : ଗଞ୍ଜାମ ଜିଲାରେ ଥିବା ଛତ୍ରପୁର ଉପକାରାଗାରକୁ ଗୁରୁବାର କାରାଗାର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ପରିଦର୍ଶନରେ ଆସିଛନ୍ତି। ସେ କାରାଗାର ଭିତରେ ବିଭିନ୍ନ ୱାର୍ଡ ବୁଲିବା ସହ ଅନ୍ତେବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

ଚଳିତ ମାସ ୬ ତାରିଖ ରାତ୍ରିରେ କବିରାଜ ବେହେରା ନାମକ ଏକ କଏଦି ପାଚେରି ଡେ଼ଇ ଫେରାର ହୋଇଯାଇଥିଲା। ତେବେ ସେ ବିଷୟରେ ଜେଲ ଅଧିକ୍ଷକଙ୍କୁ ପଚାରି ଭୁଝିଵା ସହ ବିଭିନ୍ନ ସୁରକ୍ଷା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ପରିଦର୍ଶନ ବେଳେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଏବଂ ଜେଲ ଅଧିକ୍ଷକ ସୁଭସ୍ମିତା ବିଶ୍ୱାଳ ଏବଂ ଜେଲ କର୍ମଚାରୀ ଉପସ୍ଥିତ ଥିଲେ

 

Comments are closed.