ଟ୍ରେନ ଚେନ ଟାଣି ଖସି ପଳାଇଥିବା ପ୍ରବାସୀଙ୍କୁ କାବୁ କଲା ପୁଲିସ  

ଛତ୍ରପୁର : ହାଇଦ୍ରାବାଦରୁ ଟ୍ରେନ ଯୋଗେ ଖୋର୍ଦ୍ଧା ଆସୁଥିବା ପ୍ରବାସୀ ଛତ୍ରପୁର ନିକଟ ବାଲିବଗଡ଼ ରାସ୍ତାରେ ଟ୍ରେନ ଚେନ ଟାଣି ଖସି ପଳାଇଥିବା କିଛି ପ୍ରବାସୀଙ୍କୁ ପୁଲିସି ଧରିବାରେ ସଫଳ ହୋଇଛି।

ସୁଚନା ଅନୁଯାୟୀ, ଗତକାଲି ଶତାଧିକ ଲୋକ ହାଇଦ୍ରାବାଦର ନାମପଲି ଷ୍ଟେସନରୁ ଶତାଧିକ ପ୍ରବାସୀ ଆସିଥିଲେ। ଉକ୍ତ ଟ୍ରେନଟି ଖୋର୍ଦ୍ଧା ଆସୁଥିଲା, କିନ୍ତୁ ଉକ୍ତ ଟ୍ରେନରେ ଗଞ୍ଜାମ ଜିଲାର ବହୁ ପ୍ରବାସୀ ଆସିଥିଲେ।  ଟ୍ରେନଟି ବ୍ରହ୍ମପୁରରେ ନ ରହିବାରୁ ସେମାନେ ବାଧ୍ୟ ହୋଇ ଛତ୍ରପୁର ନିକଟରେ ଟ୍ରେନ ଚେନ ଟାଣିଥିଲେ। ସେମାନେ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପୁଲିସି କିଛି ଲୋକଙ୍କୁ ଧରିବାରେ ସଫଳ ହୋଇଛି। ଘଟଣା ସ୍ଥଳରେ ବିଡ଼ିଓ ଓ ତହସିଲଦାର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

 

Comments are closed.