ଚଟପଟି କଞ୍ଚାଲଙ୍କା

ଆବଶ୍ୟକ ସାମଗ୍ରୀ
କଞ୍ଚା ଲଙ୍କା – ବଡ଼ ଆକାରର ୬ ରୁ ୭ଟି
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଚାର୍ଟ ମସଲା – ୧ ଚାମଚ
ଧନିଆଗୁଣ୍ଡ – ୧ ଚାମଚ
ଆମଚୁର ଗୁଣ୍ଡ – ୧ ଚାମଚ
ଜିରା ଗୁଣ୍ଡ – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସମସ୍ତ ମସଲାକୁ ଏକ ପାତ୍ରରେ ରଖି ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଞ୍ଚାଲଙ୍କାକୁ ୨ ଫାଳ କରି କାଟି ଏହି ତେଲରେ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଏକ ପାତ୍ରକୁ କାଢି ଏହି କଞ୍ଚାଲଙ୍କା ମଧ୍ୟରେ ମସଲା ମିଶ୍ରଣକୁ ଭରନ୍ତୁ। ଏହାକୁ କିଛି ସମୟରେ ରଖି ଦିଅନ୍ତୁ। ପରେ ଏହାକୁ ପରଟା, ରୁଟି ସହ ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟି କଞ୍ଚାଲଙ୍କା।

 

Comments are closed.