ଚଟପଟା ସିମେଇ

ସିମେଇ – ୨କପ
ଦହି – ୧କପ
କଟା ଆଳୁ – ୧ଟି
ଲୁଣ – ଆବଶ୍ୟକ ପରିମାଣରେ
ସିମଲା ଲଙ୍କା – ୧ଟି (କଟା ହୋଇଥିବା )
ଜୁଆଣି – ଅଳ୍ପ
ଜିରା – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଜିରା, ଜୁଆଣି ପକାଇ ଭାଜନ୍ତୁ। କିଛି ସମୟ ପରେ ଆଳୁ, ସିମଲା ଲଙ୍କା, ଲୁଣ ପକାଇ ଭାଜନ୍ତୁ। ଏବେ ଏଥିରେ ସିମେଇ ପକାଇ କିଛି ସମୟ ଭାଜିବା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ପକାନ୍ତୁ। ଏବେ ଦହି ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ଗ୍ୟାସରେ ବସାଇବା ପରେ ଏହାକୁ ଏକ ପ୍ଲେଟକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟା ସିମେଇ।

Comments are closed.