ଚଟାପଟ ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
କଟା ଟମାଟୋ – ୨ଟି
କଟା ପିଆଜ – ୪ଟି
କଞ୍ଚା ଲଙ୍କା – ୩ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଗୋଟା ଜିରା – ଅଳ୍ପ
ଗରମ ମସଲା – ୧ଚାମଚ
ଜିରା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସାମାନ୍ୟ ହଳଦୀ ଗୁଣ୍ଡ ଓ ଅଳ୍ପ ଲୁଣ ଗୋଳାଇ ୧୦ ମିନିଟ ରଖିଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ ଓ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଗୋଟା ଜିରା, କଞ୍ଚା ଲଙ୍କା , ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ପିଆଜ ଭାଜି ହେବା ପରେ ଏଥିରେ ଚିକେନ ପକାଇ ଭଲ ଭାବେ ଗୋଳାନ୍ତୁ। ୨ ମିନିଟ ଗୋଳାଇବା ପରେ ଏଥିରେ କଟା ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା,କଟା ଧନିଆ ପତ୍ର ପକାଇ ୨କପ ପାଣି ଦିଅନ୍ତୁ ଓ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୧୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। କିଛି କଟା ପିଆଜ, କଟା ଧନିଆ ପତ୍ର ଦେଇ ଏହାକୁ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟାପଟ ଚିକେନ।

Comments are closed.