ଗାଜର ଚଟପଟା ଚଟଣୀ

0

ଚଟଣୀ ଖାଇବାକୁ କାହାକୁ ପସନ୍ଦ ନୁହେଁ । ପ୍ରାୟ ସମସ୍ତେ ଜଟଣୀ ଖାଇବାକୁ ପସନ୍ଦ କରିଥାଆନ୍ତି । ଭୋଜନର ସ୍ବାଦକୁ ଦୁଇ ଗୁଣ କରେ ଚଟଣୀ । ଏହାର ପ୍ରସ୍ତୁତ ପ୍ରଣାଳୀ ଯଦିଓ ସମସ୍ତଙ୍କୁ ଜଣା ନଥାଏ କିନ୍ତୁ ଏହା ବନେଇବା ବହୁତ ସହଜ ।

ଆବଶ୍ୟକୀୟ ସାମଗ୍ରୀ: ୨ଟି ଗାଜର, ଏକ କପ୍ ଚିନି, ଅଦା ଖଣ୍ଡେ, ରସୁଣ ୩ରୁ ୪ କୋଲା, ଅଧା ଛୋଟ ଚାମଚ ଗୁଜୁରାତି ଗୁଣ୍ଡ, ଏକ ଛୋଟ ଚାମଚ ଲଙ୍କା ଗୁଣ୍ଡ, ଖିସମିସ୍ ୧୦ରୁ ୧୨ଟି, ଲୁଣ ସ୍ବାଦନୁଯାୟୀ ଏବଂ ପାଣି ଅବଶ୍ୟକୀୟ ଅନୁଯାୟୀ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗାଜରକୁ ଧୋଇ କୋରି ଦିଅନ୍ତୁ । ଏହା ପରେ ଅଦା ଓ ରସୁଣକୁ ମଧ୍ୟ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ମଧ୍ୟମ ଆଞ୍ଚରେ ଏକ ପାତ୍ରରେ ପାଣି ଗରମ କରନ୍ତୁ । ସେଥିରେ ଗାଜର, ଅଦା ଓ ରସୁଣ ପକାଇ ନରମ ହେବା ଯାଏଁ ଫୁଟାନ୍ତୁ । ନରମ ହେଲା ପରେ ଚିନି, ଖିସମିସ୍ ଓ ଲୁଣ ପକାଇ ଭଲ ଭାବରେ ଗୋଳାଇ ପାଣି ମରିବା ଯାଏଁ ଫୁଟାନ୍ତୁ । ପାଣି ମରି ଯିବା ପରେ ମିଶ୍ରଣ ମୋଟା ହୋଇ ଆସିବ । ସେଥିରେ ଗୁଗୁରାତି ଗୁଣ୍ଡ ପକାଇ ମିଶାଇ ଦିଅନ୍ତୁ ଏବଂ ଚୁଲାରୁ କାଢି ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ଗାଜର ଚଟପଟା ଚଟଣୀ ।

Leave A Reply