ଅସନ୍ତାକାଲିଠାରୁ ଛତାବର ପଞ୍ଚାୟତର ବିନ୍ଧ୍ୟଗିରି ଗ୍ରାମ ୪୮ ଘଣ୍ଟା ସଟ୍‌ଡାଉନ୍‌

ଭୁବନେଶ୍ବର: ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକ ଓ ଚନ୍ଦକା ଥାନା ଅନ୍ତର୍ଗତ ଛତାବର ଗ୍ରାମ ପଞ୍ଚାୟତର ବିନ୍ଧ୍ୟଗିରି ଗ୍ରାମକୁ ୪୮ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବିନ୍ଧ୍ୟଗିରି ଗ୍ରାମକୁ ୩୦.୦୬.୨୦୨୦ ସକାଳ ୬ଟାରୁ ୦୨.୦୭.୨୦୨୦ ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ୪୮ଘଣ୍ଟା ପାଇଁ ସଟ୍‍ଡାଉନ୍‍ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ କୌଣସି ଜନସାଧାରଣ ଘରୁ ନ ବାହାରିବା ପାଇଁ ଛତାବର ଗ୍ରାମ ପଞ୍ଚାୟତ ସରପଞ୍ଚ ମନସ୍ବିନୀ ମିଶ୍ର ଡେଙ୍ଗ ଅନୁରୋଧ କରିଛନ୍ତି। ଆମେ ଦୃଢ଼ ନିଶ୍ଚିତ ଯେ ଆପଣମାନେ ଏହି ସଟ୍‍ଡାଉନ୍‍କୁ ସହଯୋଗ କରି ଏହାକୁ ସମ୍ପୂର୍ଣ୍ଣ ଭାବେ ସଫଳ କରାଇବେ। ଏତଦ୍ୱାରା ଛତାବର ଆଦର୍ଶ ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ବିନ୍ଧ୍ୟଗିରି ଗ୍ରାମକୁ ଏକ କରୋନା ପଜିଟିଭ୍‍ ଚିହ୍ନଟ ବ୍ୟକ୍ତି ଦଶାହ ଓ ଘର ପ୍ରତିଷ୍ଠା କାମରେ ଯୋଗ ଦେଇଥିବାରୁ କରୋନା ସଂକ୍ରମଣ ଆଶଙ୍କା କରାଯାଉଛି। ଏଣୁ ବିନ୍ଧ୍ୟଗିରି ଗ୍ରାମକୁ ସଟ୍‌ଡାଉନ୍‌ କରାଯଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଛତାବର ଗ୍ରାମ ପଞ୍ଚାୟତ ସରପଞ୍ଚ ମନସ୍ବିନୀ ମିଶ୍ର ଡେଙ୍ଗ ପ୍ରକାଶ କରିଛନ୍ତି।

Comments are closed.