ବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ

ଚୌଦ୍ୱାର : ଚୌଦ୍ୱାର ଚଷାପଡାସ୍ଥିତ ଚଷାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ୬୭ତମ ପ୍ରତିଷ୍ଠା ଉତ୍ସବ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦେବୀନଗର କ୍ଲଷ୍ଟର ସିଆରସିସି ଅଶୋକ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସରୋଜ କୁମାର ପ୍ରଧାନ, ସାହିତ୍ୟିକ ଅଧ୍ୟାପକ ପ୍ରସନ୍ନ କୁମାର ସ୍ୱାଇଁ, ବିଦ୍ୟାଳୟ ପରିଚଳନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦିବ୍ୟ ସଂଦେଶ ପ୍ରଦାନ କରିଥିଲେ । ମୋ ସ୍କୁଲ କମିଟି ଉପଦେଷ୍ଟା ହୃଷିକେଶ ଭୁୟାଁ, ଗଙ୍ଗାଧର ସୁକ୍ଳ, ରବିନ୍ଦ୍ରନାଥ ତରାଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପିଲା ମାନଙ୍କୁ ନୂତନ ପୋଷାକ ବିତରଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କିଶୋର ଗିରି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିମା ବେହେରା, ସସ୍ମିତା ବେହେରା, ମଞ୍ଜୁବାଳା ରାଉତ, ପିଙ୍କିନା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.