ଭୋପାଳ: ସ୍କୁଲରୁ ଅଜଣା ବ୍ୟକ୍ତିଙ୍କ ଦଗ୍ଧ ମୃତଦେହ ଉଦ୍ଧାର

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ଏକ ସରକାରୀ ବିଦ୍ୟାଳୟରୁ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ଖବର ଅନୁସାରେ, ମୃତଦେହଟି ଚେନ୍‍ରେ ବନ୍ଧା ହୋଇଥିବା ବେଳେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଫରେନ୍‍ସିକ୍‍ ଓ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଯାଞ୍ଚ ଆଗକୁ ବଢିବ ବୋଲି ଭୋପାଳ ଡିଆଇଜି ଇରଶାଦ ଭଲୀ କହିଛନ୍ତି।

Comments are closed.