ବନ୍ଦ ହୋଇ ପଡିଛି ଚାରିଛକ ଶୌଚାଳୟ, ଯାତ୍ରୀ ହନ୍ତସନ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାରର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କଡରେ ରହିଥିବା ଗ୍ରାମ୍ୟଉନ୍ନୟନ ବିଭାଗର ଏକ ସୁଲଭ ଶୌଚାଲୟ ଦୀର୍ଘବର୍ଷ ହେଲା ବନ୍ଦ ହୋଇପଡିଛି।ଯାହାଫଳରେ ଶୌଚପାଇଁ ଏହି ରାସ୍ତାଦେଇ ଯାଉଥିବା ଯାତ୍ରୀମାନେ ଏହି ସୁବିଧାରୁ ବଞ୍ଚିତ ହେବା ସହ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ଦୀର୍ଘ ୧୫ବର୍ଷ ତଳେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ନିମନ୍ତେ ଚାରିଛକରେ ଏକ ସୁଲଭ ଶୌଚାଳୟ ଖୋଲାଯାଇଥିଲା। ଫଳରେ ଏହି ରାସ୍ତାଦେଇ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ସୁଲଭ ଶୌଚାଳୟରେ କମ ମୂଲ୍ୟରେ ଶୌଚ ସହିତ ଗାଧୁଆ ପାଧୁଆ ସୁବିଧା ପାଇପାରୁଥିଲେ। ଦୀର୍ଘ ୭/୮ବର୍ଷ ହେଲା ଶୌଚାଳୟଟି ବନ୍ଦ ହୋଇପଡିଥିବାରୁ ଯାତ୍ରୀମାନେ ଏହି ସୁବିଧାରୁ ବଂଚିତ ହେବା ସହିତ ଶୌଚ ପାଇଁ ବହୁତ ହଇରାଣ ହରକତ ହେଉଛନ୍ତି। ଯାତ୍ରୀଙ୍କ ସୁବିଧା ଦୃଷ୍ଟି କୌଣରୁ ତୁରନ୍ତ ସୁଲଭ ଶୌଚାଳୟକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ସାଧାରଣରେ ଦାବୀ ଉଠୁଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ଜରୁରୀ ରହିଛି।

Comments are closed.