ଚାରବାଟିଆ କେନ୍ଦ୍ରିୟ ବିଦ୍ୟାଳୟରେ ପାସ୍‍ହାର ଶତପ୍ରତିଶତ

ଚୌଦ୍ୱାର : କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ବାଦଶ ପରୀୀକ୍ଷା ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ଚାରବାଟିଆ କେନ୍ଦ୍ରିୟ ବିଦ୍ୟାଳୟର ଫଳାଫଳ ଶତ ପ୍ରତିଶତ ହୋଇଥିବା ଜଣା ପଡ଼ିଛି । ବିଦ୍ୟାଳୟର ମୋଟ ୮୮ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୯ଜଣ ୯୦%ରୁ ଅଧିକ ନମ୍ବର ରଖିଥିବା ବିଦ୍ୟାଳୟର ଅଧ୍ୟକ୍ଷ ମହେଶ କୁମାର କୁମାୱତ ସୂଚନା ଦେଇଛନ୍ତି । ଛାତ୍ରୀ ଅର୍ପିତା ନାୟକ ୯୬.୮% ନମ୍ବର ରଖି ବିଦ୍ୟାଳୟରେ ଟପ୍ପର ହୋଇଥିବାବେଳେ ବେଳେ୯୫.୨% ନମ୍ବର ରଖି ସମନ୍ୱିତା ସାହୁ ଦ୍ୱିତୀୟ ଏବଂ ୯୪.୮% ନମ୍ବର ରଖି ପ୍ରତିଭା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟର ସମସ୍ଥ ଶିକ୍ଷକଙ୍କ ଅଶୀର୍ବାଦ ଓ ପ୍ରଚେଷ୍ଟାରୁ ଅର୍ପିତା ପ୍ରଥମସ୍ଥାନ ଅଧିକାର କରିଥିବାରୁ ତାଙ୍କ ପିତା ଶିକ୍ଷକ ଅକ୍ଷୟ କୁମାର ନାୟକ ବିଦ୍ୟାଳୟର ସମସ୍ତ କର୍ମ କର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.