ଐତିହାସିକ ଚାପ ପୋଖରୀ ପୁନରୁଦ୍ଧାର ହେଉନାହିଁ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଥିବା ଐତିହାସିକ ଚାପ ବନ୍ଧର ପୁନରୁଦ୍ଧାର ଦୀର୍ଘ ଦିନ ହେଲା ହେଇପାରୁନାହିଁ । ଫଳରେ ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ଦେଖାଦେଇଛି। ଏପରିକି ଏନେଇ ବିଭିନ୍ନ ସମୟରେ ଲୋକମାନେ ଏହି ସମସ୍ୟାର ସମାଧାନ ପାଇଁ ଦାବୀ ଜଣାଇଇଥିଲେ ମଧ୍ୟ କୌଣସି ସମାଧାନ ହେଉନି। ଉକ୍ତ ବନ୍ଧ ବର୍ତମାନ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପାଣି ଦୁର୍ଗନ୍ଧ ହେଉଛି, ଯାହାକି ଲୋକଙ୍କ ବ୍ୟବହାର ଉପଯୋଗୀ ହେଉନି। ଏସବୁ ଜାଣି ମଧ୍ୟ ଏନଏସି ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ।

ସୂଚନା ଯୋଗ୍ୟ ଯେ, ଏହି ପୋଖରୀଟି ଗଞ୍ଜାମ ସହରରେ ହେଉଥିବା ଐତିହାସିକ ଚନ୍ଦନ ଯାତ୍ରା ପାଇଁ ବ୍ୟବହାର କରାଯାଇଛି। ଏହି ପୋଖରୀରେ ଗୋପାଳ ଜି ସ୍ୱାମୀଙ୍କ ଚାପ ଖେଳ ହୋଇଥାଏ। ଏହା ସହିତ ବିଭିନ୍ନ ସାହି ଯଥା ସାମନ୍ତରାସାହି, କରଣ ସାହି, ପଣ୍ଡା ସାହି, ଚୌଧୁରୀ ସାହି, ମଧ୍ୟ ଖଣ୍ଡ ସାହିର ଲୋକମାନେ ଏହି ପୋଖରୀ ଉପରେ ଗାଧୋଇବା ପାଇଁ ନିର୍ଭର କରିଥାନ୍ତି। ପୋଖରୀ ପୁନରୁଦ୍ଧାର ନହେବା ଯୋଗୁଁ ସମସ୍ତଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖ ଦଇଛି। ଫଳରେ ଏହି ସମସ୍ୟା ନେଇ ଆଗାମୀ ଦିନରେ ଜନ ଆନ୍ଦୋଳନ ତେଜିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।

Comments are closed.