ବଦଳିଲା ସାକ୍ଷୀଗୋପାଳ ଟିକାକରଣ କେନ୍ଦ୍ର

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହେଲା ନୂତନ ଟିକାକରଣ କେନ୍ଦ୍ର

ସାକ୍ଷୀଗୋପାଳ : ସ୍ଥାନୀୟ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କରୋନା ଟିକା କରଣ କେନ୍ଦ୍ର ହୋଇଥିଲା। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜନସାଧାରଣଙ୍କୁ କରୋନା ଟିକା ପ୍ରଦାନ କରାଯାଉଥିଲା। ତେବେ ବୁଧବାରଠାରୁ ଏହି ଟୀକାକରଣ କେନ୍ଦ୍ରକୁ ପରିବର୍ତ୍ତନ କରାଯାଇଅଛି। ସାକ୍ଷୀଗୋପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ନୂତନ ଟିକା କରଣ କେନ୍ଦ୍ର ରୂପେ ପ୍ରସ୍ତୁତ କରାଯାଇଛି।
ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରୋଦ କୁମାର ବେହେରା ଆଜି ସନ୍ଧ୍ୟାରେ ଏହି ଉଚ୍ଚ ବିଦ୍ୟାଳୟ ଭିତ୍ତିଭୂମି ଅନୁଧ୍ୟାନ କଲା ପରେ ପ୍ରକାଶ କରିଛନ୍ତି ଯେ,ଟିକାକରଣ ନିମନ୍ତେ ହେଉଥିବା ଜନଗହଳି ଏଡ଼ାଇବା ନିମନ୍ତେ ଆଶା, ଅଙ୍ଗନବାଡି କର୍ମୀ ଓ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ମାନଙ୍କୁ ସୂଚନା ପ୍ରଦାନ କରାଯିବ। ଆଗାମୀ ଦିନରେ  ପ୍ରଥମ ପାନ ନେଇଥିବା ବ୍ୟକ୍ତି ମାନଙ୍କୁ ଦ୍ଵିତୀୟ ପାନ ଟିକା କରଣ କରାଯିବ। ଟିକା ପରିମାଣ ଅନୁଯାୟୀ କେବଳ ଦ୍ଵିତୀୟ ପାନ ନେବା ନିମନ୍ତେ ଅପେକ୍ଷାରେ ଥିବା  ବ୍ୟକ୍ତି ମାନଙ୍କୁ ଡକାଯିବ। ଦ୍ଵିତୀୟ ଡୋଜ ଟୀକାକରଣ ଶେଷ ହେବା ପରେ ପୁନର୍ବାର ପ୍ରଥମ ପର୍ଯ୍ୟାୟ ଟୀକା କରଣ କରାଯିବ  ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି.

Comments are closed.