୬ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି

ବଦଳିଲେ ମାଲକାନଗିରି ଏସ୍‌ପି,ଏସ୍ ସୁଶ୍ରୀ ହେଲେ ଭୁବନେଶ୍ବର ଟ୍ରାଫିକ୍‌ ଡିସିପି

ଭୁବନେଶ୍ବର : ରାଜ୍ୟ ସରକାର ବରିଷ୍ଠ ପୁଲିସ ଅଧିକାରୀସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବୁଧବାର ଏକ ନିର୍ଦେଶନାମା ପ୍ରକାଶିତ ହୋଇଛି।
ମାଲକାନଗିରି ଅଧୀକ୍ଷକ ଥିବା ୨୦୧୮ବର୍ଷର ଆଇପିଏସ୍‌ ପ୍ରହଲାଦ ସହାଇ ମିନାଙ୍କୁ ମୁଖ୍ୟାଳୟ ସହକାରୀ ମହାନିରୀକ୍ଷକ ଭାବେ ନିଯୁକ୍ତି କରିଥିବାବେଳେ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ଥିବା ୨୦୧୮ ବର୍ଷର ଆଇପିଏସ୍‌ ଏସ୍. ସୁଶ୍ରୀଙ୍କୁ ଭୁବନେଶ୍ବର ଟ୍ରାଫିକ୍‌ ଉପାୟୁକ୍ତ ଭାବେ ନିଯୁକ୍ତି ଦେଇଛନ୍ତି। ତାଳଚେର ଉପଖଣ୍ଡ ପୁଲିସ ଅଧିକାରୀ ଥିବା ଆଇପିଏସ୍‌ ନିତେଶ ୱାଧୱାନିଙ୍କୁ ମାଲ୍‌କାନଗିରି ଅଧୀକ୍ଷକ, ମାଲକାନଗିରି ଉପଖଣ୍ଡ ଅଧିକାରୀ ଥିବା ୨୦୧୮ ବର୍ଷର ଆଇପିଏସ୍‌ ଅଭିଳାଷ ଜିଙ୍କୁ ସ୍ବତନ୍ତ୍ର କାର୍ଯ୍ୟବଳର ନିଶା ଅପରାଧ ଅଧୀକ୍ଷକଭାବେ ନିଯୁକ୍ତ କରିଛନ୍ତି। ସେହିପରି ଟ୍ରାଫିକ୍‌ ଉପାୟୁକ୍ତ ଥିବା ମାୟାଧର ସେଠୀଙ୍କୁ ଉପାୟୁକ୍ତ ଅପରାଧ ଏବଂ ସ୍ବତନ୍ତ୍ର କାର୍ଯ୍ୟବଳର ନିଶା ଅପରାଧ ଅଧୀକ୍ଷକ ମାଧୁରୀ ସାମଲଙ୍କୁ ଅପରାଧ ନିୟନ୍ତ୍ରଣ ଶାଖା ଅଧୀକ୍ଷକ ଭାବେ ବଦଳି କରାଯାଇଛି।

Comments are closed.