ଆଇଏଏସସ୍ତରରେ ଅଦଳ ବଦଳ: ରାଜକୁମାର ଶର୍ମା କୃଷି ଉତ୍ପାଦନ କମିଶନର, ସୁରେନ୍ଦ୍ର କୁମାରଙ୍କୁ ଖଣି-ଇସ୍ପାତ

ଭୁବନେଶ୍ବର : ରାଜ୍ୟ ସରକାର ସୋମବାର ବରିଷ୍ଠ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି।  ଖଣି ଓ ଇସ୍ପାତ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଥିବା ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ବିଭାଗକୁ ବଦଳି କରାଯାଇଛି। ସେହିପରି ଶ୍ରମ ଓ ଇସଆଇ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ ଜଳ ସମ୍ପଦ ବିଭାଗ ସଚିବକୁ ବଦଳି କରାଯାଇଥିବା ବେଳେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ବ ମଧ୍ୟ ଦିଆଯାଇଛି। ଏମଏସଏମଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ଦାୟିତ୍ବ ମିଳିଛି । ସୁରେନ୍ଦ୍ରକୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗ ସଚିବ ରୂପେ ବଦଳି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ଚିତ୍ରା ଅରୁମୁଗମଙ୍କୁ  ଶ୍ରମ ଓ ଇସଆଇ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି।

Comments are closed.