ପ୍ରଶାସନିକ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ ; ଦାଶରଥୀ ଶତପଥୀ ବିଧାନସଭା ସଚିବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଷୋଡଶ ବିଧାନସଭା ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଇଏଏସସ୍ତରରେ ବ୍ୟାପକ ଅଦଳ ବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୨୨ଜଣ ଆଇଏଏସ ଏବଂ ୧୦ଜଣ ବରିଷ୍ଠ ଓଏଏସଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। ବିଧାନସଭା ସଚିବ ଭାବେ ବରିଷ୍ଠ ପ୍ରଶାସକ ଦାଶରଥି ଶତପଥୀଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ୯ଜିଲାର ଜିଲାପାଳଙ୍କୁ ବଦଳି କରାଯାଇଛି।
ନୂତନ ମନ୍ତ୍ରିମଣ୍ଡଳ ଗଠନ ପରେ ଆଇଏଏସ୍ ସ୍ତରରେ ବ୍ୟାପକ ଅଦଳବଦଳ ହେବ ବୋଲି ଚର୍ଚ୍ଚା ଚାଲିଥିଲା । ଏହାକୁ ନେଇ ଶୁକ୍ରବାର ସରକାରଙ୍କ ପକ୍ଷରୁ ବିଭାଗୀୟ ସଚିବଙ୍କୁ ବାଦ ଦେଇ ନିର୍ଦେଶକ ଓ ଜିଲାପାଳଙ୍କ କ୍ଷେତ୍ରରେ ବ୍ୟାପକ ଅଦଳ ବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶା ଔଷଧ ନିଗମ ପରିଚାଳନା ନିର୍ଦେଶିକା ଅର୍ଚ୍ଚନା ପଟ୍ଟନାୟକଙ୍କୁ ଓଡ଼ିଶା ଉଠାଜଳସେଚନ ନିଗମ ନିର୍ଦେଶିକା ସହିତ ଜଳସମ୍ପଦ
ବିଭାଗର ଅତିରିକ୍ତ ଶାସନ ସଚିବ ନୂଆ ଦାୟିତ୍ବ ଦିଆଯାଇଛି। ତାଙ୍କ ସ୍ଥାନରେ ସ୍ବାସ୍ଥ୍ୟବିଭାଗ ଯୁଗ୍ମସଚିବ ଯାମିନୀକାନ୍ତ ଷଡ଼ଙ୍ଗୀଙ୍କୁ ଔଷଧ ନିଗମ ନିର୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ଶାସନ ସଚିବ ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ଏବଂ ଶ୍ରମ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।
ସେହିପରି ପ୍ରଶାସକ ପ୍ରଶାନ୍ତ କୁମାର ସେନାପତିଙ୍କୁ କଟକ ଆଇଜିଆର ଭାବେ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ପର୍ଯ୍ୟଟନ ନିର୍ଦେଶକ ସହ ଓଟିଡ଼ିସିର ଅତିରିକ୍ତ ଦାୟିତ୍ବ, ଅଞ୍ଜନ କୁମାର ମାଣିକଙ୍କୁ ଅବକାରୀ କମିଶନର, ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ସମବାୟ ସମିତି ମହାନିବନ୍ଧକ, ତ୍ରିବିକ୍ରମ ପ୍ରଧାନଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ, ଅରବିନ୍ଦ ଅଗ୍ରୱାଲଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦେଶକ ସହ ଓମବାଡ଼ସୀ ସିଇଓ ଭାବେ ଅତିରିକ୍ତ ଦାୟିତ୍ବ, ଶରତ ଚନ୍ଦ୍ର ନାୟକଙ୍କୁ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ସଚିବ, ଭୁପିନ୍ଦର ସିଂ ପୁନିଆଙ୍କୁ ଓପେପା ଓ ରାମସାର ନିର୍ଦେଶକ, ଗୁହାପୁନମ ତାପସ କୁମାରଙ୍କୁ ସ୍ବାସ୍ଥ୍ୟବିଭାଗ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।
ସେହିପରି କେନ୍ଦ୍ରାପଡା ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବିଏମସି କମିଶନର ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ ବିଏମସି କମିଶନର ସମର୍ଥା ବର୍ମାଙ୍କୁ କେନ୍ଦ୍ରାପଡା ଜିଲାପାଳଭାବେ ଦାୟିତ୍ବ ଦିଆଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦେଶକ ରଘୁ ଜୀ.ଙ୍କୁ ଡିଟିଇଟି ନିର୍ଦେଶକ, କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ବର ଜିଲାପାଳ, ସୁରେନ୍ଦ୍ର କୁମାର ମୀନାଙ୍କୁ ରାଜସ୍ବ ପର୍ଷଦର ସଚିବ, ପୁମା ଟୁଡୁଙ୍କୁ କୋରାପୁଟ ଜିଲାପାଳ, ମଧୁସ୍ମିତା ସାହୁଙ୍କୁ ନୂଆପଡା ଜିଲାପାଳ, ଅବଦଲ ଅଖତାରଙ୍କୁ କଟକ ପିଡ଼ି ଡିଆରଡିଏ, ଅନନ୍ୟା ଦାସଙ୍କୁ କଟକ ମ୍ୟୁନିସପାଲ ନିଗମ କମିଶନର, ଲଲାଟେନ୍ଦୁ ମିଶ୍ରଙ୍କୁ ବୌଦ୍ଧ ଜିଲାପାଳ, ସୀତାଂଶୁ କୁମାର ରାଉତଙ୍କୁ ଖୋର୍ଦ୍ଧା ଜିଲାପାଳ, ଭବାନୀ ଶଙ୍କର ଚଇନୀଙ୍କୁ କଟକ ଜିଲାପାଳ ସହ ସିଡ଼ିଏ ଉପାଧ୍ୟକ୍ଷ ଦାୟିତ୍ବ, ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜଗତସିଂହପୁର ଜିଲାପାଳ, ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଝାରସୁଗୁଡା ଜିଲାପାଳ, ଜ୍ୟୋତି ପ୍ରକାଶ ଦାସଙ୍କୁ ହସ୍ତତନ୍ତ ନିର୍ଦେଶକ ସହ ବୟନିକାର ପରିଚାଳନା ନିର୍ଦେଶକ ଭାବେ, କୃପାସିନ୍ଧୁ ମିଶ୍ରଙ୍କୁ ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ ଭାବେ, ଲକ୍ଷ୍ମୀଧର ମହାନ୍ତିଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ, ରମେଶ ଚନ୍ଦ୍ର ରାଉତଙ୍କୁ ଇଏସଆଇ ନିର୍ଦେଶକ ଏବଂ ରାଜସ୍ବ ବିଭାଗ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

Comments are closed.