ବିପିୟୁଟି ପରୀକ୍ଷା ସର୍ତ୍ତାବଳୀରେ ପରିବର୍ତ୍ତନ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପରୀକ୍ଷା ସର୍ତ୍ତାବଳୀରେ କୋହଳ କରାଯାଇଛି। ଅନଲାଇନ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯେଉଁମାନଙ୍କର କମ୍ପ୍ୟୁଟର ଏବଂ ଲାପଟପରେ ୱେବ କ୍ୟାମେରା ନଥିବ ସେମାନେ ନିକଟସ୍ଥ ପରୀକ୍ଷାକେନ୍ଦ୍ରକୁ ଯାଇ ସିସିଟିଭି ସର୍ଭିଲାନ୍ସରେ ପରୀକ୍ଷା ଦେଇ ପାରିବେ। ଏନେଇ ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅପରପକ୍ଷରେ ବି.ଫାର୍ମା ପରୀକ୍ଷାକୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଜୁଲାଇ ୧୩, ୧୪, ୧୫, ୧୬ ଏବଂ ୧୭ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ଉକ୍ତ ପରିକ୍ଷାକୁ ଜୁଲାଇ ୨୨, ୨୩, ୨୪, ୨୭ ଏବଂ ୨୮ ତାରିଖରେ କରିବା ନେଇ ବଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ବିପିୟୁଟିର ପରୀକ୍ଷା ନିର୍ଦେଶକ ଦୀପକ କୁମାର ସାହୁ କହିଛନ୍ତି ଯେ ପରୀକ୍ଷା ସମୟରେ ବିଦ୍ୟୁତ ସରବାହ ଏବଂ ଇଣ୍ଟରନେଟ ବିଛିନ୍ନ ସମସ୍ୟାକୁ ଲକ୍ଷ୍ୟକରି ପରୀକ୍ଷା ସମୟସୀମା କୁ ବୃଦ୍ଧି କରାଯାଇଛି। ୭୦ ମାର୍କ ଥିଓରି ପରୀକ୍ଷା ପାଇଁ ପୂର୍ବରୁ ୨ ଘଣ୍ଟା ସମୟ ନିର୍ଦ୍ଧାରଣ କରାଯାଇଥିବା ବେଳେ ଏହାକୁ ଅଢେଇ ଘଣ୍ଟା କରି ଦିଆଯାଇଛି। ସେହିପରି ୧୦୦ ମାର୍କ ଥିଓରୀ ପରୀକ୍ଷା ପାଇଁ ୨ ଘଣ୍ଟା ପରିବତ୍ତେ ୩ ଘଣ୍ଟା କରାଯାଇଛି। ୭୦ ମାର୍କ ଥିଓରି ପରୀକ୍ଷାରେ ୧୨୦ ଟି ପ୍ରଶ୍ନ ଆସିବାକୁ ଥିବା ବେଳେ ୭୦ ଟି ପ୍ରଶ୍ନର ଉତ୍ତା ଦେବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା; କିନ୍ତୁ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ୧୨୦ ଟି ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଛି। ଦିଆଯାଇଥିବା ଉତ୍ତର ମଧ୍ୟରୁ ଠିକ ଉତ୍ତର ଉପରେ ମାର୍କ ମିଳିବ, ଭୁଲ ଉତ୍ତର ପାଇଁ ‌େ‌କୗଣସି ବିଯୁକ୍ତାତ୍ମକ ମାର୍କ ରଖାଯାଇ ନାହଁି। ଅପରପକ୍ଷରେ ୧୦୦ ମାର୍କ ଥିଓରୀ ପରୀକ୍ଷାରେ ୧୫୦ ଟି ପ୍ରଶ୍ନ ଆସିବ। ଏଥିରେ ମଧ୍ୟ ପୂର୍ବରୁ ୧୨୦ଟି ପ୍ରଶ୍ନର ଉତ୍ତର ଦେବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା, କିନ୍ତୁୁ ବିପିୟୁଟି ଏହି ନିୟମରେ ପରିବର୍ତ୍ତନ କରି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ବିପିୟୁଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Comments are closed.